Categories: ବାଣିଜ୍ୟ

ଆଇସିଜି ସହ ଆକ୍ସିସ୍‌ ବ୍ୟାଙ୍କର ଏମ୍‌ଓୟୁ ସ୍ବାକ୍ଷରିତ

ନୂଆଦିଲ୍ଲୀ,୧୯।୮:ଆକ୍ସିସ୍‌ ବ୍ୟାଙ୍କର ‘ପାୱାର ସାଲ୍ୟୁଟ’ ଅଭିଯାନ ଅଧୀନରେ ଶ୍ରେଷ୍ଠ ଶ୍ରେଣୀର ସୁବିଧା ଓ ବୈଶିଷ୍ଟ୍ୟ ଥିବା ପ୍ରତିରକ୍ଷା ସେବା ବେତନ ପ୍ୟାକେଜ୍‌ ପ୍ରଦାନ କରିବା ଲାଗି ନିକଟରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ (ଆଇସିଜି) ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ତଟରକ୍ଷୀ ବାହିନୀର ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ କାଜଲ୍‌ ରାଏ, ପ୍ରିନ୍ସିପାଲ୍‌ ଡାଇରେକ୍ଟର୍‌ (ପ୍ରଶାସନ) ଓ ଅତିରିକ୍ତ ଡାଇରେକ୍ଟର୍‌ ଜେନେରାଲ ରାକେଶ ପାଲଙ୍କ ସମେତ ଆକ୍ସିସ୍‌ ବ୍ୟାଙ୍କ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି ମିସ୍‌ ତନୁ ମାଲ୍‌ହୋତ୍ରା ଏବଂ ନ୍ୟାଶନାଲ୍‌ ଆକାଉଣ୍ଟସ୍‌ ହେଡ୍‌ ଲ୍ୟୁଟ୍‌ନାଣ୍ଟ କଲୋନେଲ ଏମ୍‌. କେ. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Share