ଆଲାଏନ୍ସ ନେଟ୍‌ୱର୍କ ସହ ଆକ୍ସିସ୍‌ ବ୍ୟାଙ୍କର ବୁଝାମଣା

ନୂଆଦିଲ୍ଲୀ,୨୯।୧୦: ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରି କି ଏହି ବୁଝାମଣା ବ୍ୟାଙ୍କର ବ୍ୟାପକ ନେଟ୍‌ୱର୍କ ଓ ସହଜ କାରବାର ଲାଗି ବିଶେଷତା ଏବଂ ଆଲାଏନ୍ସ ନେଟ୍‌ୱର୍କର ଅଭିନବ ପ୍ରଯୁକ୍ତି ଏକାଠି ହେବ, ଯାହା ମର୍ଚ୍ଚାଣ୍ଟଙ୍କୁ ଉନ୍ନତ ଓ ସୁହାଇବା ଭଳି ସମାଧାନ ପ୍ରଦାନ କରିବ। ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ପକ୍ଷରୁ ଆକ୍ସିସ୍‌ ବ୍ୟାଙ୍କ ସହଭାଗିତାରେ ଭାରତୀୟ ବଜାରକୁ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଆଲାଏନ୍ସ ନେଟ୍‌ୱର୍କ ଇଣ୍ଡିଆ ଓ ଆକ୍ସିସ୍‌ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ, ଯାହା ଏହି ସହଯୋଗିତାର ଗୁରୁତ୍ୱକୁ ଦର୍ଶାଉଛି। ଆକ୍ସିସ ବ୍ୟାଙ୍କର ସଭାପତି ତଥା କାର୍ଡ ଏବଂ ପେମେଣ୍ଟ ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି, ଆମେ ବ୍ୟବସାୟୀ ସମୁଦାୟ ପାଇଁ ଏକ ଦ୍ରୁତ ଏବଂ ଅଧିକ ସୁରକ୍ଷିତ ପେମେଣ୍ଟ ବ୍ୟବସ୍ଥାକୁ ପ୍ରାଥମିକତା ଦେବା ସହିତ ଅତ୍ୟାଧୁନିକ ପେମେଣ୍ଟ ସମାଧାନ ପ୍ରଦାନ କରିବା ପାଇଁ ବ୍ୟାପକ ଡିଜିଟାଲ୍‌ ସମାଧାନ ଉପରେ ନିରନ୍ତର କାର୍ଯ୍ୟ କରୁଛୁ। ଆମେ ବିଶ୍ୱାସକରୁ ଯେ, ଏହି ସହଭାଗିତା କେବଳ ବ୍ୟବସାୟୀମାନଙ୍କ ପାଇଁ ଦେୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧିକରିବ ନାହିଁ ବରଂ ଭାରତରେ ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ। ଦ୍ରୁତ ଗତିରେ ପରିବର୍ତ୍ତିତ ବଜାରରେ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସଶକ୍ତ କରୁଥିବା ଅସାଧାରଣ ମୂଲ୍ୟ ଏବଂ ଅଭିନବ ସମାଧାନ ପ୍ରଦାନ କରିବାକୁ ଆମେ ମିଳିତ ଭାବେ ପ୍ରତିଶ୍ରୁତିବଦ୍ଧ ରହିବୁ। ଆଲାଏନ୍ସ ନେଟୱର୍କ ଗ୍ରୁପର ଜିସିଇଓ ନିରଞ୍ଜନ ସାଙ୍ଗଲ କହିଛନ୍ତି, ଏହି ସହଭାଗିତା ମାଧ୍ୟମରେ ଆମେ ଭାରତୀୟ ବଜାରରେ ଆନୁଷ୍ଠାନିକ ଭାବେ ପ୍ରବେଶକରି ବେଶ୍‌ ଉତ୍ସାହିତ ଅଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

୧୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପର୍ବପର୍ବାଣିର ମହତ୍ତ୍ୱ ଅନେକ ରହିଛି। ଏପର ିକି ସବୁ ବର୍ଗର ଲୋକ ପର୍ବରେ ସାମିଲ ହୋଇ ଉତ୍ସାହିତ ହେବାକୁ ପସନ୍ଦ...

ଟିପିସିଓଡିଏଲ୍‌ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୨୯।୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ,...

ସକ୍ଷମ ମାଧ୍ୟମରେ ସାମର୍ଥ୍ୟର ପ୍ରମାଣ

ଭୁବନେଶ୍ୱର,୨୯।୧୦: ବେଦାନ୍ତ ଆଲୁମିନିୟମର ଫ୍ଲାଗଶିପ୍‌ କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ‘ସକ୍ଷମ’ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରମାନେ ସାମର୍ଥ୍ୟର ପ୍ରମାଣ ଦେଖାଇ ବିଭିନ୍ନ ପ୍ରତିଷ୍ଠିତ...

ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସାମଗ୍ରୀ

ନୂଆଦିଲ୍ଲୀ,୨୯।୧୦: ଚଳିତ ଦୀପାବଳି ଅବସରରେ ସାମ୍‌ସଙ୍ଗ ଗାଲାକ୍ସି ଏବଂ ପ୍ଲେଷ୍ଟେସନ ଦ୍ୱାରା ପରିଚାଳିତ ଆମାଜନ.ଇନ ଦୀପାବଳି ଷ୍ଟୋର ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ଜିନିଷ ନେଇ...

ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୯।୧୦: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଫଳାଫଳ...

ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ

ମୁମ୍ବାଇ,୨୯।୧୦: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ନୂତନ ଅଭିଯାନ ‘ନ୍ୟୁ ହେଲ୍‌ଥ ସେବା ପ୍ଲାନ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି...

‘ଏସ୍‌ବିଆଇଜି ହେଲ୍‌ଥ ସୁପର ଟପ୍‌ ଅପ୍‌’

ନୂଆଦିଲ୍ଲୀ,୨୯।୧୦: ଏସ୍‌ବିଆଇ ଜେନେରାଲ ଇନ୍‌ସ୍ୟୁରାନ୍‌ସ ପକ୍ଷରୁ ମୌଳିକ ସ୍ବାସ୍ଥ୍ୟ ବୀମା ପଲିସି ଉପରେ ଏକ ସୁଲଭ ବିକଳ୍ପ ଭାବେ ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ବୀମା ଟପ-ଅପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri