ନୂଆଦିଲ୍ଲୀ,୧୪ା୯: ରିଅଲ ଇଷ୍ଟେଟ୍ ପ୍ଲାଟ୍ଫର୍ମ ସ୍କୋୟାର ୟାର୍ଡସ୍ ସହ ଆକ୍ସିସ୍ ବ୍ୟାଙ୍କର ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗ୍ରାହକ ନିଜର ସ୍ବପ୍ନର ଘର ଅନୁସନ୍ଧାନ କରିବା ପ୍ରକ୍ରିୟାକୁ ଚିନ୍ତାମୁକ୍ତ, ପ୍ରଭାବଶାଳୀ ଓ ଉଲ୍ଲାସପୂର୍ଣ୍ଣ ଅନୁଭୂତିରେ ପରିଣତ କରିବାକୁ ଏହି ସ୍ବତନ୍ତ୍ର ପ୍ଲାଟ୍ଫର୍ମ ନିଶ୍ଚିତ କରିବ। ସେହିଭଳି ଆବାସିକ ସମ୍ପତ୍ତି ପାଇଁ ଗ୍ରାହକମାନଙ୍କ ସବୁ ପ୍ରକାର ପ୍ରଶ୍ନର ସମାଧାନ ଲାଗି ସ୍ବତନ୍ତ୍ର ଧରଣର ପ୍ଲାଟ୍ଫର୍ମ ଓପୋନ୍ ଡୋର୍ସକୁ ବିକଶିତ କରାଯାଇଛି। ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ କାର୍ଯ୍ୟନିର୍ବାହୀ ଏବଂ ମୁଖ୍ୟ ରିଟେଲ ଲେଣ୍ଡିଂ ଓ ପେମେଣ୍ଟସ୍ ସୁମିତ ବାଲି କହିଛନ୍ତି, ଓପୋନ୍ ଡୋର୍ସର ଉନ୍ମୋଚନ ସହ ଗୃହ କ୍ରେତାମାନଙ୍କ ଲାଗି ଏକ ଦୃଢ଼ ବ୍ୟବସ୍ଥା ଗଠନ କରିଛୁ। ସ୍କୋୟାର ୟାର୍ଡସ୍ ସହ ଆମର ସହଯୋଗିତାର ଲକ୍ଷ୍ୟ ହେଉଛି ଘର କିଣିବା ପ୍ରକ୍ରିୟାରେ ଆମ ଗ୍ରାହକମାନେ ସାମ୍ନା କରୁଥିବା ସମସ୍ୟାକୁ ସରଳ କରିବା।