Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ଇ-ବିଜି ସେବା

ନୂଆଦିଲ୍ଲୀ,୧୬।୬: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ନିକଟରେ ଏକ ଅତ୍ୟାଧୁନିକ ଇ-ବ୍ୟାଙ୍କ ଗ୍ୟାରେଣ୍ଟି (ଇ-ବିଜି) ସେବାର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ଶିଳ୍ପର ପ୍ରଥମ ଇ-ବିଜି ସମାଧାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସ୍ବିଫ୍‌ଟ ଇଣ୍ଡିଆ ସହଯୋଗିତରେ ଦେଶର ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍‌ ବ୍ୟାଙ୍କ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କ ଗ୍ୟାରେଣ୍ଟିକୁ ପ୍ରଚଳନ କରାଇଛି। ସେହିଭଳି ଉକ୍ତ ସମାଧାନରେ ପ୍ରଥମ କର୍ପୋରେଟ୍‌ ଭାବେ ଗେଲ୍‌ ଲାଇଭ୍‌ ହୋଇଛି। ଇ-ବିଜି ସମାଧାନରେ ବିନା କାଗଜପତ୍ରରେ ସମ୍ପୂର୍ଣ୍ଣ ଡିଜିଟାଲ ମାଧ୍ୟମରେ ବ୍ୟାଙ୍କ ଗ୍ୟାରେଣ୍ଟ ସ୍ବୟଂକ୍ରିୟ ଜାରି ହେବା ସହ ବିଶ୍ୱସ୍ତରୀୟ ଆଇଏସ୍‌ଓ ମାନକ ଅନୁସାରେ ଉଭୟ ଇ-ଷ୍ଟାମ୍ପଡ୍‌ ଓ ପ୍ରତ୍ୟକ୍ଷ ଷ୍ଟାମ୍ପଡ୍‌ ଗ୍ୟାରେଣ୍ଟି ଭାବେ କାର୍ଯ୍ୟ କରିବ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ହୋଲ୍‌ସେଲ୍‌ ବ୍ୟାଙ୍କିଙ୍ଗ୍‌ ପ୍ରଡକ୍ଟ ବିବେକ ଗୁପ୍ତା କହିଛନ୍ତି, ଡିଜିଟାଇଜେଶନ ମୂଲ୍ୟ ଶୃଙ୍ଖଳାରେ ଦୃଢତ଼ାକୁ ଆଗକୁ ବଢ଼ାଏ ବୋଲି ଆମର ବିଶ୍ୱାସ ଥିବା ବେଳେ ଡିଜିଟାଲ ଅଭିଯାନର ନେତୃତ୍ୱ ନେବାରେ ଆକ୍ସିସ୍‌ ବ୍ୟାଙ୍କ ସର୍ବଦା ଆଗରେ ରହିଛି। ସ୍ବିଫ୍‌ଟ ଇଣ୍ଡିଆ ନେଟ୍‌ୱର୍କକୁ ବ୍ୟବହାରକରି ଗେଲ୍‌ ଇଣ୍ଡିଆ ପାଇଁ ଘରୋଇ ବ୍ୟାଙ୍କ ଗ୍ୟାରେଣ୍ଟିର ଇ-ଆଡଭାଇଜିଂ କରିବା ସହିତ ଆମେ ଟ୍ରାଞ୍ଜାକ୍ସନ କାରବାରର ଡିଜିଟାଲୀକରଣରେ ଆଗରେ ରହିଛୁ। ଗ୍ରାହକ ଅନୁଭୂତିର ସରଳୀକରଣ ଲାଗି ଆମେ ସର୍ବଦା ଉଦ୍ୟମ କରୁଛୁ ଏବଂ ଏହି ଡିଜିଟାଇଜେଶନ ଯାତ୍ରାରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହିତ କାମ କରିବା ଆମକୁ ଖୁସି ପ୍ରଦାନ କରିଥିଲା। ବ୍ୟାଙ୍କ ଗ୍ୟାରେଣ୍ଟିକୁ ନିରବଚ୍ଛିନ୍ନ ଭାବେ ଟ୍ରାକ୍‌ ଓ ଠାବ କରିବା, କାରବାର ସମୟ ଓ ଠକେଇ ଆଶଙ୍କା ହ୍ରାସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଏହା ସମାଧାନ କରିବ।

Share