Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୦: ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ସ୍ପର୍ଶ ସପ୍ତାହ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଗ୍ରାହକଙ୍କ ପ୍ରତି ରହିଥିବା ଆଗ୍ରହର ପରିପ୍ରକାଶ କରିବା ଲାଗି ଉକ୍ତ ଅଭିଯାନର ଆୟୋଜନ କରାଯାଇଛି। ଏପରିକି ବ୍ୟାଙ୍କ ଓ ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ମଜଭୁତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ଏଭଳି ଏକ ଅଭିଯାନ କର୍ମଚାରୀମାନଙ୍କ ଲାଗି ବିଭିନ୍ନ ଗ୍ରାହକ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସପ୍ତାହରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଶିକ୍ଷଣୀୟ ଓ ଗ୍ରାହକଙ୍କ ଉପରେ ଗୁରୁତ୍ୱାରୋପ କରୁଥିବା କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଯାହାଫଳରେ କର୍ମଚାରୀ ଓ ଗ୍ରାହକମାନଙ୍କ ପ୍ରଗତି, ନବସୃଜନ ଓ ରୂପାନ୍ତରଣ ଯାତ୍ରାରେ ବ୍ୟାଙ୍କ ଯୋଡ଼ିହୋଇ ରହିପାରିବ। ଉଲ୍ଲେଖଯୋଗ୍ୟ, ଶୁଣନ୍ତୁ, ପଦକ୍ଷେପ ନିଅନ୍ତୁ ଓ ଉତ୍ସବ ପାଳନ କରନ୍ତୁ ଭଳି ତିନିଟି ମୂଳ ତତ୍ତ୍ୱ ଉପରେ ଚଳିତ ବର୍ଷର ସ୍ପର୍ଶ ସପ୍ତାହ ପର୍ଯ୍ୟବସିତ ରହିବ। ଗ୍ରାହକଙ୍କ ଆବଶ୍ୟକତା ଓ ସମସ୍ୟାକୁ ଭଲ ଭାବେ ବୁଝିବା ଓ ଗ୍ରାହକଙ୍କ ମତାମତ ଓ ପ୍ରଶ୍ନ ଅନୁସାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଓ ଗ୍ରାହକଙ୍କ ସହିତ ଆକ୍ସିସ୍‌ ବ୍ୟାଙ୍କର ମୂଲ୍ୟବାନ ସମ୍ପର୍କକୁ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ବ୍ୟାଙ୍କିଙ୍ଗ ଅପରେସନ୍ସ ଆଣ୍ଡ୍‌ ଟ୍ରାନ୍ସଫର୍ମେଶନ) ସୁବ୍ରତ ମହାନ୍ତି କହିଛନ୍ତି, ଆମେ ସବୁ ଗ୍ରାହକଙ୍କ ଲାଗି ଦିଲ୍‌ ସେ ଓପନ୍‌ ଏବଂ ଉଚ୍ଚସ୍ତରର ଗ୍ରାହକ ସେବା ପାଇଁ ପ୍ରତିବଦ୍ଧ ରହିଛୁ। ଆମ ଗ୍ରାହକଙ୍କ କଥା ଓ ମତାମତକୁ ଶୁଣିବା, ପଦକ୍ଷେପ ନେବା ଓ ପାଳନ କରିବା ଲାଗି ଆମେ ଅଭିଳାଷ ରଖିଥିବାରୁ ସ୍ପର୍ଶ ସେହି ଭାବର ପରିପ୍ରକାଶ କରୁଛି। କେବଳ ଆମେ ଏକ ବ୍ୟାଙ୍କ ନୁହେଁ ବରଂ ଜଣେ ସହଯୋଗୀ ଏବଂ ସ୍ବପ୍ନ ଓ ଅଭିଳାଷ ପୂରଣ କରିବାର ସକ୍ଷମକାରୀ ଭାବେ ଆମ ମୂଲ୍ୟବୋଧକୁ ଏହି ଅଭିଯାନ ପ୍ରତିଫଳିତ କରୁଛି। ଦଶନ୍ଧି ଧରି ଆମ ଗ୍ରାହକମାନଙ୍କ ଆମ ଉପରେ ବିଶ୍ୱାସ ରହିଛି ଏବଂ ଆମେ ସେମାନଙ୍କୁ ଉଲ୍ଲାସପୂର୍ଣ୍ଣ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ।

Share