Categories: ବାଣିଜ୍ୟ

ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ

ଭୁବନେଶ୍ୱର, ୧୨।୧୦:ଆକ୍ସିସ୍‌ ବ୍ୟାଙ୍କର ନୂତନ ଅଭିଯାନ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଏହା ଜରିଆରେ ବ୍ୟାଙ୍କର ଡିଜିଟାଲ୍‌ ଦକ୍ଷତାକୁ ଗୁରୁତ୍ୱାରୋପ କରାଯାଇଛି। ଏପରିକି ଓପନ୍‌୨୦୨୩ ଅଭିଯାନରେ ବ୍ୟାଙ୍କର ୧୫ ପ୍ରମୁଖ ଡିଜିଟାଲ ସେବା ଉପରେ ଗୁରୁତ୍ୱ ଦିଆଯାଇଛି। ବ୍ୟାଙ୍କ ଭିତରେ ଏକ ଡିଜିଟାଲ ବ୍ୟାଙ୍କର ଶୁଭାରମ୍ଭ କରିବା ଲାଗି ଦୀର୍ଘଦିନରୁ ଆକ୍ସିସ୍‌ ବ୍ୟାଙ୍କ ପ୍ରୟାସ କରୁଥିଲା। ବିଶେଷକରି ଏହି ମୋବାଇଲ ଆପ୍ଲିକେଶନର ଶୁଭାରମ୍ଭ ବ୍ୟାଙ୍କର ଉନ୍ନତ ଡିଜିଟାଲ ସେବାକୁ ଦର୍ଶାଉଛି। ବିଗତ ୩ ଦଶନ୍ଧି ଧରି ଭୌତିକ ଦୁନିଆରେ ‘ଓପନ୍‌’ ଆକ୍ସିସ୍‌ ବ୍ୟାଙ୍କର ଗ୍ରାହକ କୈନ୍ଦ୍ରିକ ଦୃଷ୍ଟିକୋଣର ମୂଳମନ୍ତ୍ର ଥିଲା। ଏହି ଅଭିଯାନ ଡିଜିଟାଲ୍‌ ଦୁନିଆରେ ବ୍ୟାଙ୍କର ସେହି ‘ଓପନ୍‌’ ଦୃଷ୍ଟିକୋଣ ଉପଯୋଗୀ ରହିଥିବାକୁ ଦର୍ଶାଉଛି।

ଡିଜିଟାଲ ବ୍ୟାଙ୍କିଙ୍ଗ୍‌ର ଶୀର୍ଷ ଭାବେ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’କୁ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହି ସେବାର ଶୁଭାରମ୍ଭ ହୋଇଛି, ଯାହା ସମସ୍ତ ବିଶ୍ୱାସଯୋଗ୍ୟ ଓ ପସନ୍ଦ କରାଯାଉଥିବା ସୁବିଧାସୁଯୋଗଗୁଡ଼ିକୁ ଗ୍ରାହକଙ୍କ ସୁହାଇବା ଭଳି ଆଧୁନିକ ଇଣ୍ଟରଫେସ୍‌ରେ ଉଭୟ ପୁରୁଣା ଓ ନୂଆ ଗ୍ରାହକଙ୍କ ପାଇଁ ଆଣିଦେବ।ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ଡିଜିଟାଲ ବ୍ୟବସାୟ ଓ ରୂପାନ୍ତରଣ ମୁଖ୍ୟ ସମୀର ସେଠୀ କହିଛନ୍ତି, ବ୍ୟାଙ୍କ ଭିତରେ ଡିଜିଟାଲ ବ୍ୟାଙ୍କ ପାଇଁ ଆକ୍ସିସ୍‌ ୨.୦ କୁ ଗଠନ କରିବା ଲାଗି ଆମେ ଅଭିଳାଷ ରଖିଥିଲୁ। ପ୍ରତିଟି କାର୍ଯ୍ୟ ଓ ନିଷ୍ପତ୍ତିର ମୂଳରେ ଗ୍ରାହକଙ୍କୁ ରଖି ଏହି ଯାତ୍ରା ଆଗକୁ ବଢ଼ୁଛି। ଏପରିକି ଆମେ ଡିଜିଟାଲ ପ୍ରଥମ ଉପତ୍ାଦରେ ନିବେଶ ଜାରି ରଖିଛୁ, ଯାହା ବ୍ୟାଙ୍କର ଉଭୟ ନୂଆ ଓ ପୁରୁଣା ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ।

 

Share