Categories: ବାଣିଜ୍ୟ

ଏୟାର ଇଣ୍ଡିଆ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର, ୩୦।୧୧: ଆକ୍ସିସ୍‌ ବ୍ୟାଙ୍କ ଓ ଏୟାର ଇଣ୍ଡିଆ ମଧ୍ୟରେ ଏକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌କାର୍ଡ ଗ୍ରାହକମାନଙ୍କୁ ସେମାନଙ୍କର ଆକ୍ସିସ୍‌ ଏଜ୍‌ ରିୱାର୍ଡ ପଏଣ୍ଟ ବା ଏଜ୍‌ ମାଇଲ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ନ ପଏଣ୍ଟକୁ ସ୍ଥାନାନ୍ତର କରିବା ସୁବିଧା ପ୍ରଦାନ କରିଛି। ଏପରିକି ୫ଟି ମହାଦେଶରେ ବ୍ୟାପିଥିବା ଏୟାର ଇଣ୍ଡିଆର ନେଟ୍‌ୱର୍କରେ କେବିନ ଅପ୍‌ଗ୍ରେଡ୍‌ କିମ୍ବା ଆୱାର୍ଡ ଫ୍ଲାଇଟ ପାଇଁ ଆକ୍ସିସ୍‌ ଏଜ୍‌ ରିୱାର୍ଡ ପଏଣ୍ଟ ବା ଏଜ୍‌ ମାଇଲକୁ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ନ ପଏଣ୍ଟରେ ରୂପାନ୍ତରିତ କରାଯାଇପାରିବ। ଅପରପକ୍ଷରେ ଗ୍ରାହକମାନେ ଏୟାର ଇଣ୍ଡିଆ ସହିତ ଫ୍ଲାଇଂ ରିଟର୍ନର ଅନ୍ୟ ୨୫ଟି ପାର୍ଟନର ଏୟାରଲାଇନ୍ସରେ ମଧ୍ୟ ଆୱାର୍ଡ ଫ୍ଲାଇଟ୍‌ ରିଡିମ କରିପାରିବେ। ସେହିଭଳି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ଯଥାକ୍ରମେ ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ କାର୍ଡ ଟାଇପ୍‌ ମଧ୍ୟରୁ ବରଗଣ୍ଡି ପ୍ରାଇଭେଟ୍‌ ଓ ମ୍ୟାଗ୍‌ନସ୍‌ ଫର୍‌ ବରଗଣ୍ଡି କ୍ରେଡିଟ କାର୍ଡର ଏଜଡ୍‌ ରିୱାର୍ଡ ପଏଣ୍ଟରୁ ଫ୍ଲାଇଂ ରିଟର୍ନ ପଏଣ୍ଟ ରୂପାନ୍ତରଣ ହାର ୫ ଅନୁପାତ ୪ ରହିଛି। ସେହିପରି ମ୍ୟାଗ୍‌ନସ୍‌ ଓ ରିଜର୍ଭ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୫ ଅନୁପାତ ୨ ରହିଛି, ଆଟଲାସ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧ ଅନୁପାତ ୨ ଏବଂ ସିଲେକ୍ଟ,ପ୍ରିଭିଲେଜ ଏଣ୍ଡ ରିୱାର୍ଡସ୍‌ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧୦ଅନୁପାତ ୧ ରହିଥିବାବେଳେ ଅନ୍ୟ ସ୍ବୀକୃତିପ୍ରାପ୍ତ କାର୍ଡସ୍‌ ଗୁଡିକର ରୂପାନ୍ତରଣ ହାର ୨୦ ଅନୁପାତ ୧ ରହିଛି।

Share