Categories: ବାଣିଜ୍ୟ

ଫାଇବ୍‌ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୧୧।୧୦: ଆକ୍ସିସ୍‌ ବ୍ୟାଙ୍କ ଏବଂ ଫିନ୍‌ଟେକ୍‌ କମ୍ପାନୀ ଫାଇବ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭାରତର ପ୍ରଥମ ନମ୍ବର ବିହୀନ କ୍ରେଡିଟ୍‌ କାର୍ଡର ଶୁଭାରମ୍ଭ କରିବା ପାଇଁ ଉକ୍ତ ସହଭାଗିତା ହୋଇଥିବା ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଏହି ନମ୍ବରବିହୀନ କ୍ରେଡିଟ୍‌ କାର୍ଡ ଗ୍ରାହକଙ୍କୁ ଅତିରିକ୍ତ ସୁରକ୍ଷା ପ୍ରଦାନ କରିବ। କାରଣ ସେଥିରେ କାର୍ଡର ନମ୍ବର, ଏକ୍ସପାଏରି ତାରିଖ କିମ୍ବା ସିଭିଭି ନମ୍ବର ଲେଖା ହୋଇ ନ ଥିବ। ଫଳରେ ସହଜରେ ଗ୍ରାହକଙ୍କ ପରିଚୟ ଚୋରାଇ ହେବ ନାହିଁ, ଯାହା ସୁରକ୍ଷା ଓ ଗୋପନୀୟତାକୁ ସୁନିଶ୍ଚିତ କରିବ।
ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ କାର୍ଡ ଆଣ୍ଡ୍‌ ପେମେଣ୍ଟ୍‌ସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି, ଏହି ବୈପ୍ଳବିକ ଉପସ୍ଥାପନାରେ ଫାଇବ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ୍‌ ଖୁସି ଅଛୁ, ଯାହା ଜରିଆରେ ଆମେ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିପାରିବୁ।

Share