Categories: ବାଣିଜ୍ୟ

ଫ୍ଲିପ୍‌କାର୍ଟ ସହ ଆକ୍ସିସ୍‌ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୯।୭: ଦେଶର ଅଗ୍ରଣୀ ଇ-କମର୍ସ ସଂସ୍ଥା ଫ୍ଲିପ୍‌କାର୍ଟ ଏବଂ ଆକ୍ସିସ୍‌ ବ୍ୟାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ କରାଯାଇଛି। ଉକ୍ତ ସହଭାଗିତା ଜରିଆରେ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଋଣ ସୁବିଧା ପ୍ରଦାନ କରାଯିବ। ଫଳରେ ଉଭୟ ସଂସ୍ଥାର ୪୫କୋଟି ଗ୍ରାହକ ସୁବିଧାରେ ଋଣ ପାଇପାରିବେ। ଏପରିକି ନୂତନ ଭାବେ ଉପସ୍ଥାପନ କରାଯାଇଥିବା ବ୍ୟକ୍ତିଗତ ଋଣ ସେବାରେ ଗ୍ରାହକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ୬ ରୁ ୩୬ ମାସ ଅବଧି ମଧ୍ୟରେ ଶୁଝିବା ବିକଳ୍ପ ସହିତ ଋଣ ପ୍ରଦାନ କରାଯାଉଛି।
ସେହିଭଳି ଗ୍ରାହକମାନଙ୍କ ଜୀବନଶୈଳୀରେ ଉନ୍ନତି ଘଟିଥିବା ବେଳେ ସେମାନଙ୍କ ଯାତ୍ରାକୁ ସହଜ କରିବା ଲାଗି ଫ୍ଲିପ୍‌କାର୍ଟ ଓ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ଏକ ଅଭିନବ ଡିଜିଟାଲ୍‌ ପ୍ରଥମ ସମାଧାନ ପ୍ରଦାନ କରାଯାଉଛି। ଫଳରେ ବ୍ୟକ୍ତିଗତ ଋଣ ସୁବିଧା ଗ୍ରାହକଙ୍କ କ୍ରୟ ଶକ୍ତି ବଢ଼ାଇବ ଏବଂ ସହଜ ଓ ସୁଲଭ ମୂଲ୍ୟରେ ତାହା ଉପଲବ୍ଧ। ବିଶେଷକରି ପେ ଲାଟର, ପ୍ରଡକ୍ଟ ଫାଇନାନ୍ସ, ସେଲର ଫାଇନାନ୍ସ, କ୍ରେଡିଟ୍‌ କାର୍ଡ ଭଳି ବ୍ୟାପକ ଆର୍ଥିକ ସମାଧାନ ସହ ବ୍ୟକ୍ତିଗତ ଋଣ ଜରିଆରେ ଫ୍ଲିପ୍‌କାର୍ଟ ଗ୍ରାହକମାନଙ୍କୁ ଋଣ ସୁବିଧା ପ୍ରଦାନ କରୁଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ଡିଜିଟାଲ ବିଜ୍‌ନେସ୍‌ ଆଣ୍ଡ୍‌ ଟ୍ରାନ୍ସଫର୍ମେସନ୍‌ ସମୀର ସେଟ୍ଟୀ କହିଛନ୍ତି, ବ୍ୟାଙ୍କ ସବୁ ପ୍ରକାର ଆର୍ଥିକ ସମାଧାନ ପ୍ରଦାନ କରୁଛି।

Share