Categories: ବାଣିଜ୍ୟ

ଆକ୍ସିସ୍‌ର ‘ନିଓ ଫର୍‌ ବିଜ୍‌ନେସ୍‌’

ଭୁବନେଶ୍ୱର,୨୨।୯:ଆକ୍ସିସ୍‌ ବ୍ୟାଙ୍କର ନୂତନ ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମ ‘ନିଓ ଫର ବିଜନେସ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଙ୍କ ପାଇଁ ସ୍ବତନ୍ତ୍ର କାରବାର ଆରମ୍ଭ ହୋଇଛି। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ ଓ ମୁଖ୍ୟ-ଟ୍ରେଜେରି, ମାର୍କେଟସ୍‌ ଓ ହୋଲ୍‌ସେଲ୍‌ ବ୍ୟାଙ୍କିଙ୍ଗ ପ୍ରଡକ୍ଟସ୍‌ ନୀରଜ ଗମ୍ଭୀର କହିଛନ୍ତି, ଗ୍ରାହକମାନଙ୍କୁ ବ୍ୟାପକ ଡିଜିଟାଲ ସେବା ପ୍ରଦାନ କରିବା ଲାଗି ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ନିରନ୍ତର ଭାବେ ଅଗ୍ରଣୀ ପ୍ରଯୁକ୍ତି ଓ ଡାଟା ଆନାଲିଟିକ୍ସ ଦକ୍ଷତାରେ ନିବେଶ କରାଯାଉଛି। ସହଯୋଗିତା, ବ୍ୟବସ୍ଥା ଏବଂ ମୂଲ୍ୟ ଶୃଙ୍ଖଳାକୁ ବ୍ୟବହାର କରି ଆମ ‘ମୁକ୍ତ’ଦର୍ଶନ ଅନୁସାରେ ବ୍ୟାଙ୍କିଙ୍ଗଠାରୁ ଆହୁରି ଅଧିକ ସମାଧାନ ପ୍ରଦାନ କରି ବ୍ୟବସାୟ କ୍ଷେତ୍ରର ଅଭିବୃଦ୍ଧିକୁ ବଢ଼ାଇବାକୁ ଚାହୁଛୁ। ଏମ୍‌ଏସ୍‌ଏମ୍‌ଇ ବ୍ୟାଙ୍କିଙ୍ଗ ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତନ ଘଟିଛି ଏବଂ ବ୍ୟାଙ୍କିଙ୍ଗ ଓ ବ୍ୟାଙ୍କିଙ୍ଗ ବାହାରେ ଏକ ବ୍ୟାପକ ସମାଧାନ ପ୍ରଦାନ କରିବାର ଆବଶ୍ୟକତା ଅନୁଭୂତ ହୋଇଛି। ସେହିଭଳି ଆକ୍ସିସ୍‌ ବ୍ୟାଙ୍କର ସଭାପତି ଓ ମୁଖ୍ୟ (ହୋଲସେଲ୍‌ ବ୍ୟାଙ୍କିଙ୍ଗ୍‌) ବିବେକ ଗୁପ୍ତା କହିଛନ୍ତି, ଆକ୍ସିସ୍‌ ବ୍ୟାଙ୍କରେ ଆମେ ଗ୍ରାହକଙ୍କୁ ସବୁଥିରେ ସର୍ବଦା ଆଗରେ ରଖିଛୁ, ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ଏକ ମୋବାଇଲ୍‌ ପ୍ରଥମ କାରବାର ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମ ସୃଷ୍ଟି କରିବାକୁ ନିଓ ଫର ବିଜନେସ୍‌ ଗଠନ କରାଯାଇଛି। ବ୍ୟାଙ୍କ ମାନର ନିରାପତା ସୁବିଧା ସୁଯୋଗ ସହିତ ଏଥିରେ ୟୁଆଇ/ୟୁଏକ୍ସ ରହିଛି। ନିଓ ଫର ବିଜନେସ୍‌ର ମୂଳରେ ବିୟଣ୍ଡ ବ୍ୟାଙ୍କିଙ୍ଗ୍‌ ସୁବିଧା ରହିଛି। ପାରମ୍ପରିକ ଇଟଂରନେଟ୍‌ ବ୍ୟାଙ୍କିଙ୍ଗ୍‌ ପ୍ଲାଟଫର୍ମଗୁଡ଼ିକ ସାଧାରଣ ଶିଳ୍ପ ସୁବିଧା ପ୍ରଦାନ କରୁଥିବା ବେଳେ ବିୟଣ୍ଡ ବ୍ୟାଙ୍କିଙ୍ଗରେ ଗ୍ରାହକମାନେ ପରବର୍ତୀ ସ୍ତରର ସୁବିଧା ପାଇପାରିବେ।

Share