Categories: ବାଣିଜ୍ୟ

ଆକ୍ସିସ୍‌ର ନିଓ ଫର୍‌ ମର୍ଚ୍ଚାଣ୍ଟ ଆପ୍‌

ନୂଆଦିଲ୍ଲୀ,୨୧।୮: ଆକ୍ସିସ୍‌ ବ୍ୟାଙ୍କର ନୂତନ ଉତ୍ପାଦ ‘ନିଓ ଫର୍‌ ମର୍ଚ୍ଚାଣ୍ଟ ଆପ୍‌’ର ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ଭିସା ଓ ମିନଟୋକ୍‌ର ସହଭାଗିତାରେ ମର୍ଚ୍ଚାଣ୍ଟମାନଙ୍କ ଲାଗି ‘ନିଓ ଫର୍‌ ମର୍ଚ୍ଚାଣ୍ଟ ଆପ୍‌’ର ଶୁଭାରମ୍ଭ କରାଯାଇଛି। ସେହିଭଳି ଉନ୍ନତ ବ୍ୟାଙ୍କିଙ୍ଗ୍‌ ସମାଧାନ ଜରିଆରେ ବ୍ୟବସାୟକୁ ସଶକ୍ତ କରିବାରେ ଆକ୍ସିସ୍‌ ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତାରେ ଏହା ଏକ ନୂଆ ମାଇଲଖୁଣ୍ଟ ବୋଲି କୁହାଯାଉଛି। ଏପରିକି ମିତବ୍ୟୟୀ ୟୁଜର ଇଣ୍ଟରଫେସ୍‌, ପେମେଣ୍ଟ ଗ୍ରହଣ କରିବାର ବିକଳ୍ପ ଓ ମୂଲ୍ୟବାନ୍‌ ବ୍ୟବସାୟ ସୂଚନା ସହ ନିଓ ଫର୍‌ ମର୍ଚ୍ଚାଣ୍ଟ ଆପ୍‌ ଭାରତରେ ପେମେଣ୍ଟ ଦୃଶ୍ୟପଟର ପରିବର୍ତ୍ତନ ଆଣିପାରିବ।
ସେହିପରି ନିଓ ଫର୍‌ ମର୍ଚ୍ଚାଣ୍ଟ ଆପ୍‌ ଜରିଆରେ ମର୍ଚ୍ଚାଣ୍ଟମାନେ ପେମେଣ୍ଟ ଗ୍ରହଣ, କାରବାର ରିପୋର୍ଟ ଏବଂ ସେବା ଅନୁରୋଧ ମଧ୍ୟ ପଠାଇପାରିବେ। ସେଥିପାଇଁ ସେମାନଙ୍କୁ ଆଉ ରିଲେଶନ୍‌ଶିପ୍‌ ମ୍ୟାନେଜରଙ୍କ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନାହିଁ। ଏହି ଆପ୍‌ ସୁଲଭ ସମାଧାନ ପ୍ରଦାନ ସହ ଓମ୍‌ନି ଚ୍ୟାନେଲ ପେମେଣ୍ଟ ଅନୁଭୂତି ବଢ଼ାଇବ ଏବଂ ମର୍ଚ୍ଚାଣ୍ଟମାନଙ୍କ କାରବାର ଓ ସେବା ରିପୋର୍ଟ ଆବଶ୍ୟକତା ପାଇଁ ଏକକ ସମାଧାନ ପ୍ରଦାନ କରିବ।

Share