Categories: ବାଣିଜ୍ୟ

ଜୟଆଲୁକ୍କାସର କ୍ୟାଶବ୍ୟାକ ସେଲିବ୍ରେଶନ

ନୂଆଦିଲ୍ଲୀ,୧୮।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ କ୍ୟାଶବ୍ୟାକ ସେଲିବ୍ରେଶନ କ୍ୟାମ୍ପେନିଙ୍ଗର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଜୟଆଲୁକ୍କାସରେ କିଣାକିଣି କଲେ ଗ୍ରାହକଙ୍କୁ ପ୍ରତି କ୍ରୟ ଉପରେ କ୍ୟାଶବ୍ୟାକର ସୁବିଧା ପ୍ରଦାନ କରାଯାଉଛି। ଏପରିକି ଏହି ଅଭିଯାନ ୨୦୨୩ ଏପ୍ରିଲ ୨୩ ମଧ୍ୟରେ କିଣାକିଣି କଲେ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ରାଶିର ଉପହାର ଗିଫ୍ଟ ଭାଉଚର ଆକାରରେ ଦିଆଯାଉଛି। ଅପରପକ୍ଷରେ ୧୦,୦୦୦ ଟଙ୍କାର ରୁପା ଅଳଙ୍କାର କ୍ରୟ ଉପରେ ୫୦୦ଟଙ୍କାର ଗିଫ୍ଟ ଭାଉଚର ଦିଆଯାଉଥିବା ବେଳେ ୫୦,୦୦୦ ଟଙ୍କାର ସୁନା ଗହଣା କ୍ରୟ ଉପରେ ୧୦୦୦ ଟଙ୍କାର ଗିଫ୍ଟ ଭାଉଚର ଗ୍ରାହକଙ୍କୁ ପ୍ରଦାନ କରାଯାଉଛି। ସେହିଭଳି ୫୦,୦୦୦ ଟଙ୍କାର ହୀରା ଓ ଅନକଟ ହୀରା ଏବଂ ମୂଲ୍ୟବାନ ଅଳଙ୍କାର କିଣିଲେ ଗ୍ରାହକଙ୍କୁ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ଷ୍ଟୋର ପକ୍ଷରୁ ଯୋଗାଇ ଦିଆଯାଉଛି। ଏପରିକି ଏସବିଆଇ କ୍ରେଡିଟ କାର୍ଡରେ କିଣାକିଣି କଲେ ଗ୍ରାହକଙ୍କୁ ଅତିରିକ୍ତ ୫%ର ରିହାତି ମିଳୁଛି ବୋଲି ଜୟଆଲୁକ୍କାସ ପକ୍ଷରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଜୟଆଲୁକ୍କାସ ଗ୍ରୁପର ଚେୟାରମ୍ୟାନ ଏବଂ ଏମଡି ଜୟ ଆଲୁକ୍କାସ କହିଛନ୍ତି,ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆମର ପ୍ରିୟ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଓ ସୁବିଧା ଯୋଗାଇ ଦେଉଛୁ। ଏପରିକି ପବିତ୍ର ଅକ୍ଷୟ ତୃତୀୟା ପାଇଁ ଆମେ ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ ଓ କଲେକ୍ସନ ଯୋଗାଇ ଦେବୁ ବୋଲି ପ୍ରତିଶ୍ରୁତିବଦ୍ଧ ରହିଛୁ।

Share