‘ବ୍ରହ୍ମାସ୍ତ୍ର’ ପାର୍ଟ ୨-୩ର ରିଲିଜ ତାରିଖ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’୨୦୨୨ରେ ବ୍ଲକବଷ୍ଟର ଚଳଚ୍ଚିତ୍ର ହୋଇପାରିଛି। ଏଥି ସହିତ ପ୍ରଶଂସକମାନେ ସେହି ଦିନଠାରୁ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି। ଏଭଳି ପରିସ୍ଥିତିରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ନିର୍ମାତା ଆୟନ ମୁଖାର୍ଜୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର-୨’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ମଙ୍ଗଳବାର ସକାଳେ ନିର୍ମାତା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି କହିଛନ୍ତିଯେ, ‘ବ୍ରହ୍ମାସ୍ତ୍ର ପାର୍ଟ-୨ ଦେବ’ ଡିସେମ୍ବର ୨୦୨୬ରେ ରିଲିଜ ହେବ ଏବଂ ‘ବ୍ରହ୍ମାସ୍ତ୍ର ପାର୍ଟ-୩’ ୨୦୨୭ରେ ପରଦାକୁ ଆସିବ।

Share