ବୋମାବର୍ଷା ବନ୍ଦ ନ କଲେ ଭୟଙ୍କର ପରିଣାମ

ତେହରାନ/ବ୍ରସେଲ୍ସ,୧୮ା୧୦: ଗାଜା ଉପରେ ଇସ୍ରାଏଲ୍‌ ବୋମାମାଡ଼ ବନ୍ଦ ନ କଲେ ଏହାକୁ ବିରୋଧ କରୁଥିବା ଶକ୍ତିକୁ କେହି ଅଟକାଇପାରିବେ ନାହିଁ ବୋଲି ମଙ୍ଗଳବାର ଇରାନର ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲି ଖୋମିନି ଚେତାବନୀ ଦେଇଛନ୍ତି। ହମାସ୍‌ ଆତଙ୍କବାଦୀମାନେ ଗାଜା ସୀମା ଅତିକ୍ରମ କରି ଇସ୍ରାଏଲ୍‌ରେ ଅତର୍କିତ ଆକ୍ରମଣ କରିବା ସହ ୧,୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା କରିଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ଉପରେ ଆକାଶମାର୍ଗରୁ ବୋମାମାଡ଼ ଜାରି ରଖିଛି। ଯୁଦ୍ଧ ବନ୍ଦ କରିବା ଲାଗି ଇସ୍‌ଲାମିକ୍‌ ରିପବ୍ଲିକ୍‌ ଉକ୍ତ ଅଞ୍ଚଳର ସମସ୍ତ ସହଯୋଗୀମାନଙ୍କ ସହ ଯୋଗାଯୋଗ ଜାରି ରଖିଛି। ହମାସ୍‌ ନିୟନ୍ତ୍ରିତ ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ବୋମା ଓ ରକେଟ ଆକ୍ରମଣରେ ୨,୭୫୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହେଲାଣି, ଯେଉଁଥିରୁ ଅଧିକାଂଶ ହେଉଛନ୍ତି ସାଧାରଣ ନାଗରିକ। ଏଭଳି ଜାରି ରହିଲେ ମୁସଲମାନ ଏବଂ ପ୍ରତିରୋଧୀ ଶକ୍ତି ଧାର୍ଯ୍ୟ ହରାଇବେ ଏବଂ ସେମାନଙ୍କୁ କେହି ଅଟକାଇପାରିବେ ନାହିଁ ବୋଲି ଆୟାତୋଲ୍ଲା କହିଛନ୍ତି।
ଯୁଦ୍ଧ ପରିପ୍ରେକ୍ଷୀରେ କେତେକ ରାଷ୍ଟ୍ର ଇସ୍ରାଏଲ୍‌କୁ ସମର୍ଥନ କରୁଥିବାବେଳେ ଅନ୍ୟମାନେ ପାଲେଷ୍ଟାଇନ୍‌କୁ ସମର୍ଥନ ଜଣାଇଛନ୍ତି। ଏଭଳି କୋଳାହଳ ଜାରି ରହିଥିବାବେଳେ ବ୍ରସେଲ୍ସ ୟୁରୋପୀୟ ୟୁନିୟନ(ଇୟୁ)ର ନେତାମାନଙ୍କ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇ ସଦ୍‌ଭାବନା ସ୍ଥାପନ ଲାଗି ଆହ୍ବାନ ଦିଆଯାଇଛି। ଏ ଦିଗରେ ବୈଶ୍ୱିକ ସ୍ତରରେ ଏକ ବଡ଼ କୂଟନୈତିକ ପ୍ରଭାବ ପକାଇବା ପାଇଁ ସେମାନେ ଉଦ୍ୟମ କରୁଛନ୍ତି। ସୋମବାର ରାତିରେ ବ୍ରସେଲ୍ସରେ ଆକ୍ରମଣ ହୋଇ ୨ ସୁଇଡେନ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିବାରୁ ବିପଦକୁ ସମ୍ମୁଖୀନ ହେବା ଲାଗି ଏକାଠି ହେବାକୁ ଇୟୁ ନେତାମାନେ ଆହ୍ବାନ ଦେଇଛନ୍ତି। ଇୟୁ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେୟେନ ଶୁକ୍ରବାର ଇସ୍ରାଏଲ୍‌ ଯାଇ ସମସ୍ୟା ସମାଧାନ ଲାଗି ଉଦ୍ୟମ କରିବାକୁ ଅଧିକାଂଶ ସଦସ୍ୟ ରାଷ୍ଟ୍ର ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ବିଷ ଓଗାଳିଲେ କାନାଡ଼ା ବୈଦେଶିକ ମନ୍ତ୍ରୀ: ଭାରତକୁ ରୁଷିଆ ସହ କଲେ ତୁଳନା

ଓଟାଓ୍ବା,୧୯।୧୦: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ହରଦୀପ ସିଂ...

ଚେତାବନୀ ଦେଲେ ନେତାନ୍ୟାହୁ: ହମାସ ସର୍ତ୍ତ ନ ମାନିଲେ ପରିସ୍ଥିତି ହେବ ଭୟାବହ

ତେଲ୍‌ ଆଭିଭ୍‌,୧୯ା୧୦:ଗାଜାର ସଶସ୍ତ୍ର ଶାସକ ହମାସ୍‌ ଅସ୍ତ୍ର ତ୍ୟାଗ କଲେ ଆସନ୍ତାକାଲି ଯୁଦ୍ଧର ଅବସାନ ଘଟିବ ବୋଲି ଶୁକ୍ରବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି।...

ଭାରତରେ ଅଛନ୍ତି ଏତିକି ସଂଖ୍ୟାରେ ଗରିବ: ରିପୋର୍ଟରେ ବଡ଼ ଖୁଲାସା

ଜାତିସଂଘ,୧୯ା୧୦:ଭାରତରେ ୨୩୪ ନିୟୁତର ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଛନ୍ତି। ବିଶ୍ୱର ୫ ସର୍ବାଧିକ ସଂଖ୍ୟକ ଦରିଦ୍ର ରହୁଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri