ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ ଏବଂ ଆୟୋଶାଙ୍କ ସୁଇମିଂ ପୁଲ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଉଠିଥିଲା। କିନ୍ତୁ ବର୍ତ୍ତମାନ ଆୟେଶା ଏଭଳି ଖବରକୁ ନେଇ ମୁହଁ ଖୋଲିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଆୟେଶ କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ମୋର ନାଁ କାହିଁକି ଟାଣି ନିଆଯାଉଛି ମୁଁ ବୁଝିପାରୁ ନାହିଁ। ଶୋଏବଙ୍କ ସହ ମୋର ଫଟୋଶୁଟ ଏକ ବର୍ଷ ପୂର୍ବେ ହୋଇଥିଲା। ଗଣମାଧ୍ୟମ ଏହାକୁ ଭୁଲ ଉପାୟରେ ବ୍ୟବହାର କରିଥିଲା। ଆମ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ମୁଁ କୌଣସି ବିବାହିତ ବ୍ୟକ୍ତିଙ୍କ ଜୀବନରେ ଆସିବାକୁ କେବେ ଚିନ୍ତା ମଧ୍ୟ କରିପାରିବି ନାହିଁ।
ଭାରତର ଟେନିସ ଖେଳାଳି ସାନିଆ ଏବଂ ଶୋଏବ ମଲିକ ‘ମିର୍ଜା ମଲିକ ଶୋ’ରେ ଏକାଠି କାମ କରୁଛନ୍ତି। ବୃତ୍ତିଗତ ପ୍ରତିଶ୍ରୁତି ସେମାନଙ୍କୁ ସର୍ବସାଧାରଣରେ ଛାଡପତ୍ର ଘୋଷଣା କରିବାକୁ ବାରଣ କରିଥିଲା ବୋଲି କୁହାଯାଉଛି। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ।

Share