Categories: ଖେଳ

ଛାଡ଼ପତ୍ର ନେଲେ ଧାଓ୍ବନ

ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଆୟେଶା।

ଏକ ଫଟୋ ଶେୟାର କରି ଆୟେଶା କ୍ୟାପଶନରେ ଲେଖିଛନ୍ତି, ‘ଦୁଇ ଥର ଛାଡ଼ପତ୍ର ନ ନେବା ପର୍ଯ୍ୟନ୍ତ ମୋତେ ଲାଗୁଥିଲା ଛାଡ଼ପତ୍ର ଏକ ଖରାପ ଶବ୍ଦ’।

ଧାଓ୍ବନ ୨୦୧୨ରେ ଆୟେଶାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଆୟେଶାଙ୍କ ଦୁଇଟି ଝିଅ ଅଛନ୍ତି। ତେବେ ଧାଓ୍ବନ ଓ ଆୟେଶାଙ୍କ ଏକମାତ୍ର ପୁଅର ନାମ ଜୋରବର (୭)। ଉଲ୍ଲେଖଯୋଗ୍ୟ, ଆଇପିଏଲ ପାଇଁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଅଛନ୍ତି ଧାଓ୍ବନ।

Share