ଚଟାଣରେ ଶୋଇଥିଲେ ଏହି ପ୍ରସିଦ୍ଧ ଅଭିନେତା, ମା’ କହିଲେ..

ବଲିଉଡ୍‌ର ଆକ୍ସନ ହିରୋ ଟାଇଗର୍‌ ଶ୍ରଫଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଟାଇଗର ତଳେ ଶୋଇଥିବା ଦେଖାଯାଇଛି। ଫଟୋଟିକୁ ତାଙ୍କ ମା’ ଆୟେଶା ଶ୍ରଫ୍‌ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୁଅକୁ ଏମିତି ତଳେ ଶୋଇଥିବା ଦେଖି ଆୟେଶା କହିଛନ୍ତି, କଡା ପରିଶ୍ରମ ପରେ ପ୍ରବଳ ନିଦ ଆସିଯାଇଛି, ପୁଅ ପାଇଁ ଗର୍ବିତ। ଟାଇଗରଙ୍କୁ ଫିଲ୍ମ ବାଗୀ-୨ରେ ଶେଷଥର ପାଇଁ ନଜର ଆସିଥିଲେ। ୨୦୧୯ ଟାଇଗରଙ୍କ ଅଭିନୀତ ଫିଲ୍ମ ଓ୍ବାର୍‌ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଖାପାଖି ୩୦୦ କୋଟି ଆୟ କରିଥିଲା। ସେହି ଫିଲ୍ମରେ ହ୍ରିତିକ ରୋଶନଙ୍କ ସହ ପ୍ରଥମଥର ନଜର ଆସିଥିଲେ। ଖୁବଶ୍ରୀଘ୍ର ଟାଇଗର ଫିଲ୍ମ ହିରୋପନ୍ଥୀ-୨ରେ ନଜର ଆସିବେ।

 

Share