ଅଯୋଧ୍ୟା,୪।୧୦: ଉତ୍ତରପ୍ରଦେଶ ଅଯୋଧ୍ୟା ଜିଲାର ଜନପଦରେ ରାମଲୀଳା ନାଟକ ଚାଲୁଥିବା ବେଳେ ମଞ୍ଚରେ ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ହଠାତ୍ ହୃଦ୍ଘାତରେ ମୃତ୍ୟୁ ଘଟିଛି। ସୀତା ହରଣ ନାଟକ ମଞ୍ଚସ୍ତ ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ, ଜନପଦର ରୁଦୋଲି ଥାନା ସ୍ଥିତ ଏହାର ଗ୍ରାମରେ ଗତ ୪୬ବର୍ଷରୁ ନବରାତ୍ରୀରେ ରାମଲୀଳା ନାଟକ ମଞ୍ଚସ୍ଥ ହୋଇଥାଏ। ଗତ ୧୦ବର୍ଷରୁ ଉକ୍ତ ଗ୍ରାମର ପତିରାମ ନାମକ ଜଣେ ବ୍ୟକ୍ତି ରାବଣ ଚରିତ୍ରରେ ଅଭିନୟ କରିଆସୁଛନ୍ତି। ହେଲେ ଗତ ରବିବାର ରାତିରେ ରାବଣର ମରିଚି ମାୟା ମୃଗ ହୋଇ ରାମ ଓ ଲକ୍ଷ୍ମଣଙ୍କୁ ଭ୍ରମରେ ପକାଇ ନିଜେ ଭିକ୍ଷୁକ ବେଶରେ ସୀତାଙ୍କୁ ହରଣ କରିବାକୁ ଯୋଜନା କରିଥିଲେ। ସେତିକିବେଳେ ହଠାତ୍ ରାବଣ ଚରିତ୍ରରେ ଅଭିନୟ କରୁଥିବା ପତିରାମ ହଠାତ୍ ତଳେ ଅଚେତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।