ଅଯୋଧ୍ୟାରେ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ଏହା ଇତିହାସର ଏମିତି ଏକ ଅଧ୍ୟାୟକୁ ଲୁଚାଇ ରଖୁଛି, ଯାହାକୁ ଅନେକ ଯୁବକ ଜାଣିପାରିବେ ନାହିଁ। କିନ୍ତୁ ଆମେ ଯେତିକ ରହିଲେ ତାହା ଜାଣିଛୁ ଓ ଅନୁଭବ କରିଛୁ। ୪ ଦଶନ୍ଧି ଧରି ମାନ୍ଦା ରହିବା ପରେ ଭାଜପାକୁ ଶକ୍ତି ପ୍ରଦାନ କରିଥିବା ବ୍ୟକ୍ତିଙ୍କ ସହ ଏହି ଇତିହାସ ଜଡ଼ିତ। ବିରୋଧୀ ଜନତା ପାର୍ଟିରେ ମିଶିବା ପୂର୍ବରୁ ଶେଷ ସାଧାରଣ ନିର୍ବାଚନରେ ବାଜପେୟୀଙ୍କ ନେତୃତ୍ୱାଧୀନ ଜନସଂଘ ଅନ୍ୟ ଦୁଇଟି ଦଳ ସହ ମିଳିତ ମଞ୍ଚରେ ପ୍ରତିଦ୍ୱନ୍ଦ୍ୱିତା କରି ୨୨ ଆସନ ଜିତିଥିଲା। ପୂର୍ବ ୪ଟି ସାଧାରଣ ନିର୍ବାଚନରେ ଏହା ୩, ୪, ୧୪ ଏବଂ ୩୫ଟି ଆସନ ଜିତିଥିଲା ଏବଂ କୌଣସିଟିରେ ଜାତୀୟ ସ୍ତରରେ ୯%ରୁ ଅଧିକ ଭୋଟ ପାଇପାରି ନ ଥିଲା। ଏହାର ଇତିହାସରେ ଦଳ ନିଜେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶେଷ ବିଧାନସଭା ନିର୍ବାଚନକୁ ବର୍ଣ୍ଣନା କରିଛି । ଉଲ୍ଲେଖ କରିଛି ଯେ, ୧୯୭୨ ବିଧାନସଭା ନିର୍ବାଚନରେ (ଭାରତର ବିଭିନ୍ନ ରାଜ୍ୟ ପାଇଁ) ଜନସଂଘ ଭାଗ ନେଇଥିଲା। ୧୨୩୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରି ମୋଟ ୮% ଭୋଟ ପାଇ ମାତ୍ର ୧୦୪ଟି ଆସନରେ ଏହା ବିଜୟୀ ହୋଇଥିଲା। ପ୍ରାୟ ସମସ୍ତ ରାଜ୍ୟରେ ଏହା ବିପୁଳ କ୍ଷତି ସହିଥିଲା…., ବୋଲି ଦର୍ଶାଇଛି। ପାର୍ଟି ଏକ ସ୍ତରରେ ପହଞ୍ଚିବା ପରେ ୧୯୮୪ ସାଧାରଣ ନିର୍ବାଚନରେ ଲଢ଼ି ୭% ଭୋଟ ପାଇ ୨ଟି ଲୋକ ସଭା ଆସନ ଜିତିଥିଲା। ୧୯୮୬ରେ ଆଡ୍ଭାନୀ ଦଳର ଦାୟିତ୍ୱ ନେଇଥିଲେ।
ଅଯୋଧ୍ୟା ପ୍ରସଙ୍ଗ ପ୍ରକୃତରେ ଆର୍ଏସ୍ଏସ୍ରେ ଥିବା ଅଣରାଜନୈତିକ ଗୋଷ୍ଠୀ ଦ୍ୱାରା ଆରମ୍ଭ କରାଯାଇଥିଲା ଓ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ନେତୃତ୍ୱରେ ଆଗକୁ ବଢ଼ିଥିଲା। ୧୯୮୩ରେ ୟୁପିରେ ଅନୁଷ୍ଠିତ ଏକ ସଭାରେ ରାଜେନ୍ଦ୍ର ସିଂ(ପରେ ଆର୍ଏସ୍ଏସ୍ ମୁଖ୍ୟ ହୋଇଥିଲେ) ବାବ୍ରି ମସ୍ଜିଦକୁ ହିନ୍ଦୁଙ୍କ ପାଇଁ ଖୋଲିବାକୁ ଦାବି କରିଥିଲେ। ସେପ୍ଟେମ୍ବର ୧୯୮୪ରେ ଭିଏଚ୍ପି ମସ୍ଜିଦ ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ୧୯୮୬ରେ ସେମାନେ ତାଲା ଭାଙ୍ଗି ମସ୍ଜିଦ ଖୋଲିବେ ବୋଲି କହିଥିଲେ। ଏହାକୁ ନେଇ ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଚାପର ସମ୍ମୁଖୀନ ହୋଇଥିଲେ । ତାଙ୍କ ସରକାର କୋର୍ଟଙ୍କୁ କହିଥିଲେ ଯେ, ଯଦି ଏହା ଘଟେ ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ନାହିଁ। ଏହିପରି ଭାବେ ତାଲା ଖୋଲା ଯାଇ ହିନ୍ଦୁମାନଙ୍କୁ ମସ୍ଜିଦ ଭିତରକୁ ଯିବାକୁ ଦିଆଗଲା। ଭିଏଚ୍ପି ସେତିକିରେ ଅଟକି ଯାଇ ନ ଥିଲା। ଏହାର ଲକ୍ଷ୍ୟ ଥିଲା ମସ୍ଜିଦ ଭାଙ୍ଗିବା। ଫେବୃଆରୀ ୧୯୮୯ ରେ ଆଲ୍ଲାହାବାଦର କୁମ୍ଭମେଳାରେ ଭିଏଚ୍ପି କହିଥିଲା, ଏହା ନଭେମ୍ବରରେ ମନ୍ଦିର ପାଇଁ ଶୁଭ ଦେବ। ଭିଏଚ୍ପି ସମଗ୍ର ଦେଶରୁ ଇଟା ସଂଗ୍ରହକରି ନଭେମ୍ବରରେ ଶୋଭାଯାତ୍ରାରେ ଆଣି ଅଯୋଧ୍ୟାରେ ପହଞ୍ଚାଇବ ବୋଲି କହିଥିଲା। ଆଡ୍ଭାନୀ ତାଙ୍କ ଆତ୍ମଜୀବନୀ(୨୦୦୮ରେ ପ୍ରକାଶିତ ମୋ ଦେଶ, ମୋ ଜୀବନ)ରେ ଲେଖିଛନ୍ତି ଯେ, ବିଜୟରାଜ ସିନ୍ଧିଆ ଏବଂ ବିନୟ କଟିଆରଙ୍କ ପରି ଭାଜପାର କେତେଜଣ ସଦସ୍ୟ ଅଯୋଧ୍ୟା ଆନ୍ଦୋଳନରେ ଯୋଗଦେଇଥିଲେ। ତେବେ ମୁଖ୍ୟ ସ୍ରୋତ ରାଜନୀତିରେ ଏହା ଏକ ପ୍ରସଙ୍ଗ ନ ଥିଲା। କିନ୍ତୁ ଜୁନ୍ରେ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଭାଜପା ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଡ୍ଭାନୀ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ। ଭାଜପା ସଂକଳ୍ପ ପତ୍ରରେ ଦାବି କରାଯାଇଥିଲା ଯେ, ଏହି ସ୍ଥାନ ହିନ୍ଦୁମାନଙ୍କୁ ହସ୍ତାନ୍ତର କରାଯାଉ ଏବଂ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନରେ ମସ୍ଜିଦ ନିର୍ମାଣ କରାଯାଉ। କିଛି ମାସ ପରେ ନଭେମ୍ବର ୧୯୮୯ରେ ନିର୍ବାଚନ ହେଲା। ଭାଜପାର ଇସ୍ତାହାରରେ ପ୍ରଥମେ ଅଯୋଧ୍ୟା ପ୍ରସଙ୍ଗ ଉଲ୍ଲେଖ କରାଯାଇଥିଲା। ଏହା ଭାଜପାର ନିଜସ୍ବ ସମ୍ବିଧାନର ଉଲ୍ଲଂଘନ ଥିଲା, କାରଣ ପ୍ରଥମ ପୃଷ୍ଠାରେ ଏବଂ ପ୍ରାରମ୍ଭିକ ପ୍ରବନ୍ଧରେ ଏହା ଧର୍ମନିରପେକ୍ଷତା ନୀତି ପ୍ରତି ପ୍ରକୃତ ବିଶ୍ୱାସ ରଖିବ ଏବଂ ପାଳନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ୧୯୮୯ ନିର୍ବାଚନର କିଛିଦିନ ପୂର୍ବରୁ ଭିଏଚ୍ପି ସମଗ୍ର ଭାରତରୁ ଅଯୋଧ୍ୟାକୁ ଶୋଭାଯାତ୍ରାରେ ଆସି ମସ୍ଜିଦ ପାଖରେ ମୂଳଦୁଆ ପକାଇଲା। ଫଳରେ ନିର୍ବାଚନରେ ଆଡ୍ଭାନୀଙ୍କ ନେତୃତ୍ୱାଧୀନ ଭାଜପା ୮୫ଟି ଆସନ ଜିତିଥିଲା, ଯାହା ପୂର୍ବ ନିର୍ବାଚନରେ ଜନସଂଘ ଏକାକୀ ଲଢ଼ି ଜିତିଥିବା ଆସନର ୪ଗୁଣ ଏବଂ ବାଜପେୟୀଙ୍କ ପ୍ରଥମ ପୁନର୍ଗଠିତ ତଥା ପୁନଃ ନାମିତ ଦଳଠାରୁ ୪୦ ଗୁଣରୁ ଅଧିକ ଥିଲା। ଫଳରେ ଆଡ୍ଭାନୀ ଆର୍ଏସ୍ଏସ୍ର ସବୁଠାରୁ ସଫଳ ରାଜନେତା ହୋଇପାରିଥିଲେ। ଏଣୁ ଦଳକୁ ଅଧିକ ଲାଭ ଦେଇଥିବା ପ୍ରସଙ୍ଗ ଉପରେ ସେ ଅଧିକ ସମୟ ଦେବାକୁ ଲାଗିଲେ। ଏହି ନିର୍ବାଚନରେ କଂଗ୍ରେସ ବହୁମତ ପାଇପାରି ନ ଥିଲା। ଆଡ୍ଭାନୀଙ୍କ ସମର୍ଥନରେ ଭି.ପି.ସିଂଙ୍କ ନେତୃତ୍ୱରେ ଏକ ମେଣ୍ଟ ସରକାର ଗଠନ ହେଲା, ଯଦିଓ ଏହା କମ୍ ସମୟ ପାଇଁ ତିଷ୍ଠି ରହିଥିଲା। ନିର୍ବାଚନର ୩ ମାସ ପରେ, ଫେବୃଆରୀ ୧୯୯୦ରେ ଭିଏଚ୍ପି ପୁନର୍ବାର ମସ୍ଜିଦ ବିରୋଧରେ ଆନ୍ଦୋଳନ ଆରମ୍ଭ କରି ଅକ୍ଟୋବରରେ ହେବାକୁ ଥିବା କରସେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଥିଲା।
ଆଡ୍ଭାନୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ଜୁନ୍ରେ ଲଣ୍ଡନ ଯିବାର ଥିଲା ଏବଂ ଯିବା ପୂର୍ବରୁ ସେ ଆର୍ଏସ୍ଏସ୍ ପତ୍ରିକା ପଞ୍ଚଜନ୍ୟର ସମ୍ପାଦକଙ୍କୁ ସାକ୍ଷାତ୍କାର ଦେଇଥିଲେ । ସରକାର ଅଯୋଧ୍ୟା ସମସ୍ୟାର ସମାଧାନ କରିବାରେ ବିଫଳ ହେଲେ କ’ଣ ହେବ ବୋଲି ପତ୍ରିକାର ସମ୍ପାଦକ ଆଡ୍ଭାନୀଙ୍କୁ ପ୍ରଶ୍ନ କରିଥିଲେ। ଆଡ୍ଭାନୀ କହିଥିଲେ, ୩୦ ଅକ୍ଟୋବରରେ କାରସେବା ଆରମ୍ଭ ହେବା ନିଷ୍ପତ୍ତିକୁ ଭାଜପା ସମର୍ଥନ କରେ । ଯଦି ତାହାକୁ ବନ୍ଦ କରାଯାଏ ତେବେ ଭାଜପା ନେତୃତ୍ୱରେ ଏକ ଗଣ ଆନ୍ଦୋଳନ ହେବ। ଯେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଟେଲିଫୋନ କରି ପଚାରିଲେ, ”ତୁମେ କ’ଣ କହିଛ?“; ”ସତ କହିବାକୁ ଗଲେ ମୁଁ ଏହି ସାକ୍ଷାତ୍କାର ବିଷୟରେ ଭୁଲି ଯାଇଥିଲି“ ବୋଲି ସେ ଲେଖିଛନ୍ତି । ‘ଅଯୋଧ୍ୟା ଉପରେ ଆଡ୍ଭାନୀ ସ୍ବାଧୀନ ଭାରତ ଇତିହାସରେ ସବୁଠୁ ବଡ଼ ଜନ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି’ ଶୀର୍ଷକ ଖବର ଏଠାରେ ପ୍ରକାଶ ପାଇଥିବା ତାଙ୍କ ସ୍ତ୍ରୀ କହିଥିଲେ। ଆଡ୍ଭାନୀ ଲେଖିଛନ୍ତି, ଆନ୍ଦୋଳନ ଆରମ୍ଭ ହୋଇଯାଇଛି, ଏହା ବନ୍ଦ ହେବ ନାହିଁ କି ପରିବର୍ତ୍ତନ ହେବନାହିଁ। ବାସ୍ତବରେ ତାଙ୍କ ରଥଯାତ୍ରାରେ କ’ଣ ଘଟିଥିଲା ତାହା ଲିପିବଦ୍ଧ ହୋଇ ରହିଛି। ହିଂସାରେ ପ୍ରାୟ ୩,୪୦୦ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା ଏବଂ ଧ୍ରୁବୀକରଣ ଭାଜପାକୁ କ୍ଷମତାର ଦ୍ୱାରଦେଶରେ ପହଞ୍ଚାଇ ଦେଇଥିଲା।
Email:aakar.patel@gmail.com