Categories: ଜାତୀୟ

ଭକ୍ତଙ୍କୁ ଅପିଲ: ରାମନବମୀରେ ଅଯୋଧ୍ୟା ନ ଆସି ଘରେ କରନ୍ତୁ ପୂଜାପାଠ

ଅଯୋଧ୍ୟା,୨୦।୪: ପ୍ରଭୁ ରାମଙ୍କ ନଗରୀ ଅଯୋଧ୍ୟାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅଯୋଧ୍ୟା ସନ୍ଥ ସମାଜର ସଭାପତି, କହ୍ନେୟା ଦାସ ଏବଂ ରଙ୍ଗ ମହଲ ମନ୍ଦିର ମହନ୍ତ ରାମଶରଣ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ଏହି କାରଣରୁ ରାମ ନବମୀଙ୍କୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ପାଇଁ ରାମ ଜନ୍ମଭୂମିି ମନ୍ଦିର ସମେତ ଅଯୋଧ୍ୟାର ସମସ୍ତ ବଡ ମନ୍ଦିର ବନ୍ଦ ରହିଛି। ଭକ୍ତମାନଙ୍କ ରାମ ମନ୍ଦିର ଦର୍ଶନ ବନ୍ଦ ହେବା ସମ୍ପର୍କରେ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ମଧ୍ୟ ଏକ ପ୍ରେସ ନୋଟ ଜାରି କରି କହିଛି, ଅଯୋଧ୍ୟାକୁ ଆସିବା ପରିବର୍ତ୍ତେ ସମସ୍ତେ ନିଜ ଘରେ ରହି ପୂଜାପାଠ କରନ୍ତୁ। ଅଯୋଧ୍ୟାରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ମୃତ୍ୟୁ ହାର ବୃଦ୍ଧି ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share