ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଭକ୍ତଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି। ସମସ୍ତେ ‘ଜୟ ଶ୍ରୀରାମ’ ନାରା ଲଗାଇ ରାମଲାଲାଙ୍କ ଦର୍ଶନ କରୁଛନ୍ତି। ତେବେ କେବଳ ଯେ ମନୁଷ୍ୟ ତାହା ନୁହେଁ ପଶୁପକ୍ଷୀ ମଧ୍ୟ ରାମଙ୍କ ଭକ୍ତିରେ ଲୀନ ହୋଇଥିବା ଦେଖାଯାଉଛି। ଏଭଳି କହିବାର ତାତ୍ପର୍ଯ୍ୟ କିଛିଦିନ ତଳେ ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହୋଇଥିଲା। ପ୍ରାଣ ପ୍ରତିଷ୍ଠା ପରଦିନ ସେ ରାମଲାଲାଙ୍କ ପାଦତଳେ ବସିଥିବା ଦେଖାଯାଇଥିଲା। ତାଙ୍କୁ ପୂଜାରୀମାନେ ହନୁମାନଙ୍କ ଅବତାର ବୋଲି କହିଥିଲେ। ଠିକ୍ ସେଭଳି ଏକ ଘଟଣା ଅଯୋଧ୍ୟାରେ ଘଟିଛି।
ଅଯୋଧ୍ୟା ରେଳ ଷ୍ଟେଶନରେ ଏକ କାଉ ପାଟିରୁ ରାମ ରାମ ଧ୍ୱନୀ ଶୁଣିବାକୁ ମିଳିଛି। ଏହାକୁ ଶୁଣି ଅନେକେ ତାକୁ ‘କାଗଭୁଶୁଣ୍ଡି’ଙ୍କ ଅବତାର ବୋଲି କହୁଛନ୍ତି। ସୋସିଆଲ ମିଡଆରେ ଆଜିକାଲି ଏହାର ଭିଡିଓ ଭାଇରାଲ ହେଉଛି।
ଭିଡିଓକୁ ଶେୟାର କରି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଅଯୋଧ୍ୟା ଧାମର ରେଳ ଷ୍ଟେଶନରେ ଏକ କାଉ ଆଜିକାଲି ଚର୍ଚ୍ଚାରେ ରହିଛି। ତା ମୁହଁରୁ ସ୍ପଷ୍ଟ ଭାବେ ରାମ ରାମ ଶୁଣାଯାଉଥିବାରୁ ଦକ୍ଷିଣ ଭାରତରୁ ଆସିଥିବା ରାମଭକ୍ତଙ୍କ ଧ୍ୟାନ କାଉ ଉପରେ ପଡ଼ିଥିଲା। ସେମାନେ ଏହାର ଭିଡିଓ କରିଥିଲେ। ସମସ୍ତେ କାଗଭୁଶୁଣ୍ଡିଙ୍କ ଦର୍ଶନ କରନ୍ତୁ। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।
ଦେଖନ୍ତୁ ଭିଡିଓ