Posted inଜାତୀୟ

Ayodhya Deepostav-2023: ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଆପଣ ବି ଜାଳି ପାରିବେ ନିଜ ନାମର ଦୀପ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା…

ଲକ୍ଷ୍ନୌ,୧୧।୧୧: ଚଳିତ ବର୍ଷ ଅଯୋଧ୍ୟାରେ ଜଳିବ ୧୪ ଲକ୍ଷ ଦୀପ। ଦୀପାବଳିକୁ ବେଶ ଭବ୍ୟ କରିବା ଲାଗି ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଏଭଳି ପ୍ରସ୍ତୁତି କରି ବିଶ୍ୱ ରେକର୍ଡ କରିବାର ଯୋଜନା କରୁଛି। ତେବେ ଏହି କାର୍ଯ୍ୟକ୍ରମରେ ସାଧାରଣଲୋକେ ଘରେ ଥାଇ ମଧ୍ୟ ଭାଗ ନେଇପାରିବେ। ଏଥିଲାଗି ବିଭାଗ ପକ୍ଷରୁ ‘ହୋଲି ଅଯୋଧ୍ୟା(Holy Ayodhya) ଆପ୍‌ ମାଧ୍ୟମରେ ନିଜ ନାମରେ ଦୀପକୁ ବୁକିଂ କରିବା ଲାଗି କୁହାଯାଇଛି।

‘ହୋଲି ଅଯୋଧ୍ୟା’ ମୋବାଇଲ ଆପ୍‌ରେ ଗୋଟିଏରୁ ଆରମ୍ଭ କରି ୫୧ ଦୀପ ଦାନ ଦେଇପାରିବେ। ଗୋଟିଏ ଦୀପ ଲାଗି ୧୦୧ ଟଙ୍କା ଖର୍ଚ୍ଚ କରିବାକୁ ହେବ। ୧୧ ଦୀପ ଲାଗି ୨୫୧ ଟଙ୍କା, ୨୧ ଦୀପ ଲାଗି ୫୦୧ ଏବଂ ୫୧ ଦୀପ ଲାଗି ୧୧୦୦ ଟଙ୍କା ଅନ୍‌ଲାଇନ୍‌ରେ ଦେଇପାରିବେ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ ଆପ୍‌ ଆଣ୍ଡ୍ରୋଏଡ୍‌ ଏବଂ ଆପଲ୍‌ ପ୍ଲାଟଫର୍ମରେ ଉପଲବ୍ଧ। ଏହାକୁ ଯେକେହି ଡାଉନ୍‌ଲୋଡ କରି ଗୋଟିଏ କିମ୍ବା ତହିଁରୁ ଅଧିକ ଦୀପ ନିଜ ନାମରେ ବୁକ୍‌ କରିପାରିବ। ଦୀପାବଳି ପରେ ପର୍ଯ୍ୟଟନ ବିଭାଗ ଦୀପ ଦାନ କରିଥିବା ବ୍ୟକ୍ତିଙ୍କ ଠିକଣାରେ ଉକ୍ତ ଦୀପ ଏବଂ ସରୟୁ ନଦୀର ଜଳ ପ୍ରସାଦ ରୂପେ ପଠାଇବ। ତେବେ କେବଳ ଦେଶରେ ନୁହେଁ ବିଦେଶରେ ରହୁଥିବା ଲୋକ ମଧ୍ୟ ଏହି ଦୀପାବଳିରେ ଆପ୍‌ ମାଧ୍ୟମରେ ଦୀପଦାନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri