Categories: ଜାତୀୟ

ସରଜୁ ନଦୀକୂଳ ହେଲା ଆଲୋକିତ: ଅଯୋଧ୍ୟାରେ ଜଳିଲା ୧୨ଲକ୍ଷ ଦୀପ

ଅଯୋଧ୍ୟା,୪ ।୧୧: ସାରା ଦେଶରେ ଗୁରୁବାର ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାର ସରଜୁ ନଦୀ କୂଳ ଆଲୋକିତ ହୋଇ ରେକର୍ଡ କରିଛି । ବୁଧବାର ସନ୍ଧ୍ୟାରେ ଏଠାରେ ୧୨ ଲକ୍ଷ ଦୀପ ଜଳିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିଛନ୍ତି । ଏହାପରେ ଅଯୋଧ୍ୟାରେ ଖୁବ୍ ସୁନ୍ଦର ଦେଖାଯାଉଥିବା ଲେଜର ଲାଇଟ ଶୋ’ ବି ହୋଇଥିଲା । ସୂଚନାଯୋଗ୍ୟ, ଚଳିତ ବର୍ଷ ରେକର୍ଡ କରିବା ପାଇଁ ଅଯୋଧ୍ୟାରେ ୧୨ ଲକ୍ଷ ଦୀବ ଜଳାଯାଇଛି । ଏଥିରେ ସମସ୍ତ ସ୍କୁଲ କଲେଜର ଛାତ୍ରୀ ଛାତ୍ର ଭାଗ ନେଇଥିବା ବେଳେ ୪୯ ଭିନ୍ନ ଭିନ୍ନ ସଂସ୍ଥା ସେମାନଙ୍କର ୧୪୦୦୦ ଭଲ୍ୟୁଟିୟସଙ୍କୁ ଏହି କାମରେ ଲଗାଇଥିଲା । ଆୟୋଜକ ଦାବି କରିଥିଲେ କି ଏକାଥରେ ଏତେ ସଂଖ୍ୟକ ଦୀପ ଜାଳିବା ବିଶ୍ୱ ରେକର୍ଡ ହେବ । ଏଥିପାଇଁ ଗିନିଜ ବୁକ୍‌ର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ।

Share