Categories: ଜାତୀୟ

ମହନ୍ତ ରାଜୁ ଦାସଙ୍କ ବିବାଦୀୟ ବୟାନ

ଅଯୋଧ୍ୟା, ୪ ।୯: ଝାଡ଼ଖଣ୍ଡର ଦୁମକା ହତ୍ୟାକାଣ୍ଡକୁ ନେଇ ଏବେବି ବୟାନବାଜି ଜାରି ରହିଛି । ଏହି ମାମଲାରେ ଅଯୋଧ୍ୟା ସ୍ଥିତ ହନୁମାନଗଡିର ମହନ୍ତ ରାଜୁ ଦାସ ଏକ ବିବାଦୀୟ ବୟାନ ଦେଇଛନ୍ତି । ମହନ୍ତ ରାଜୁ ଦାସ ଏକ ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଅଙ୍କିତା ହତ୍ୟା ମାମଲାରେ ଅଭିଯୁକ୍ତ ଶାହାରୁଖଙ୍କୁ ଯିଏ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବ ତାକୁ ସେ ୧୧ ଲକ୍ଷ ଟଙ୍କା ପୁରସ୍କାର ଦେବେ ।
ହନୁମାନଗଡ଼ିର ମହନ୍ତ ରାଜୁ ଦାସ ଶନିବାର ଏହି ବିବାଦୀୟ ଘୋଷଣା କରିଛନ୍ତି । ସେ କହିଛନ୍ତି ଝାଡ଼ଖଣ୍ଡର ସାଧାରଣ ପରିବାରର ଝିଅ ଅଙ୍କିତା ମୃତ୍ୟୁ ପର୍ଯ୍ୟନ୍ତ କହିଥିଲେ ମୁଁ ଯେମିତି ଛଟପଟ ହୋଇ ମରୁଛି, ତାଙ୍କୁ ବି ସେମିତି ସଜା ମିଳୁ । ସେଥିପାଇଁ ଯିଏ ବି ଶାହାରୁଖଙ୍କୁ ପେଟ୍ରୋଲ ଢାଳି ଜାଳି ଦେବ ମୋ ତରଫରୁ ତାକୁ ୧୧ ଲକ୍ଷ ଟଙ୍କା ଦିଆଯିବ । ହିନ୍ଦୁ ସଙ୍ଗଠନକୁ ମୋର ଅପିଲ ଅଙ୍କିତା ଭଳି ଭଉଣୀଙ୍କୁ ନ୍ୟାୟ ମିଳୁନାହିଁ । ସେଥିପାଇଁ ମୁଁ ଏଭଳି ଘୋଷଣା କରିଛି ବୋଲି ମହନ୍ତ କହିଛନ୍ତି ।

Share