Categories: ଜାତୀୟ

ଅଯୋଧ୍ୟାରେ ମୁସଲିମଙ୍କୁ ଗ୍ରାମ ମୁଖ୍ୟ ବାଛିଲେ ହିନ୍ଦୁ

ଅଯୋଧ୍ୟା, ୧୨ା୫ : ଉତ୍ତର ପ୍ରଦେଶର ଅଯୋଧ୍ୟାର ରୁଦାଉଲି ନିର୍ବାଚନ ମଣ୍ଡଳିର ରଜନପୁର ଗାଁରେ ଅନ୍ୟ ସାଧାରଣ ଗାଁ ଭଳି ବାସ କରୁଛନ୍ତି ଶହ ଶହ ହିନ୍ଦୁ ପରିବାର। କିନ୍ତୁ ହିନ୍ଦୁ ପ୍ରାଧାନ୍ୟ ଗାଁରେ ଗ୍ରାମ ପ୍ରଧାନ ଭାବେ ବଛାଯାଇଛି ଜଣେ ମୁସଲିମଙ୍କୁ।

ରଜନAyodhya Hindus elect Muslim as village headପୁର ଗାଁର ନୂଆ ଗ୍ରାମ ପ୍ରଧାନ ଭାବେ ନିର୍ବାଚିତ ହୋଇଛନ୍ତି ହାଫିଜ ଅଜିମୁଦ୍ଦିନ ଖାନ। ହିନ୍ଦୁ ପ୍ରଧାନ ଗ୍ରାମରେ ବାସ କରୁଥିବା ଏକମାତ୍ର ମୁସଲିମ ପରିବାରର ସଦସ୍ୟ ହେଉଛନ୍ତି ହାଫିଜ। ଗ୍ରାମ ପ୍ରଧାନ ନିର୍ବାଚନରେ ଛିଡ଼ା ହୋଇଥିବା ୮ ପ୍ରାର୍ଥୀଙ୍କ ମଧ୍ୟରେ ହାଫିଜ ଥିଲେ ଏକମାତ୍ର ମୁସଲିମ।

ମୋ ବିଜୟ ଦର୍ଶାଉଛି କେବଳ ଗାଁରେ ନୁହେଁ ପୂରା ଅଯୋଧ୍ୟାରେ ହିନ୍ଦୁ ଓ ମୁସଲିମମାନେ ଏକାଠି ଅଛନ୍ତି। ମୁଁ କଦାପି ସାମ୍ପ୍ରଦାୟିକ କାର୍ଡ ଖେଳିନାହିଁ। ପୂରା ଗାଁକୁ ମୋର ପରିବାର ଭଳି ଚିନ୍ତା କରେ। ଗ୍ରାମ ପ୍ରଧାନଙ୍କ ନିକଟରେ ଥିବା ସମସ୍ତ ଫଣ୍ଡ୍‌ ଗାଁର ଉନ୍ନତିରେ ବିନିଯୋଗ ହେବ। ମନରେଗା ଯୋଜନା ଅନୁଯାୟୀ ଲୋକଙ୍କୁ କାମ ଦିଆଯିବ ବୋଲି ହାଫିଜ କହିଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଚେୟାରମ୍ୟାନ, ଜିଲା ପଞ୍ଚାୟତ ଓ ବ୍ଲକ ପ୍ରମୁଖଙ୍କ ନିର୍ବାଚନକୁ ରାଜ୍ୟ ସରକାର ସ୍ଥଗିତ କରି ଦେଇଛନ୍ତି।

Share