Categories: ଜାତୀୟ

ରାମ ମନ୍ଦିର ଉଦଘାଟନରେ ବିରୋଧୀ ଦଳର କେତେକ ନେତାଙ୍କୁ ନିମନ୍ତ୍ରଣ କରିବ ନାହିଁ ଟ୍ରଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ବି ମିଳିବ ନାହିଁ ସୁଯୋଗ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଉଦଘାଟନକୁ ନେଇ ଯୋରସୋରରେ ପ୍ରସ୍ତୁତି ଚାଲିଛି। ମନ୍ଦିରର ଐତିହାସିକ ଉଦଘାଟନ ଦିବସକୁ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି। ଦେଶର ପ୍ରମୁଖ ବିରୋଧୀ ଦଳର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ଉଦଘାଟନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯିବ, କିନ୍ତୁ ନିମନ୍ତ୍ରଣ ଦେବା ପୂର୍ବରୁ ଟ୍ରଷ୍ଟ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯେଉଁ ନେତାମାନଙ୍କୁ ନିମନ୍ତ୍ରଣ ପଠାଯିବ ସେମାନେ ନିଶ୍ଚିତ କାର୍ଯ୍ୟକ୍ରମରେ ପହଞ୍ଚିବେ। ଯେଉଁମାନେ ବ୍ୟକ୍ତିଗତ ଯୋଗଦାନ କିମ୍ବା ଅନ୍ୟ କୌଣସି କାରଣରୁ ଆସିପାରିବେ ନାହିଁ ସେମାନଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।
ଶ୍ରୀ ରାମ ଜନ୍ମଭୂମୀ ର୍ତିଥ କ୍ଷେତର ଟ୍ରଷ୍ଟ ସୂତ୍ର ଅନୁଯାୟୀ, ରାମ ମନ୍ଦିରର ଉଦଘାଟନ ସମୟରେ କୌଣସି ବଡ଼ ମଞ୍ଚ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ସୀମିତ ସଂଖ୍ୟକ ଚେୟାର ବ୍ୟବସ୍ଥା କରାଯିବ। ବାକି ଅତିଥିମାନେ ସାମ୍ନାରେ ଥିବା ପେଣ୍ଡାଲ ରୁମରେ ରହିବେ। ଗର୍ଭଗୃହ ନିକଟରେ ପ୍ରାୟ ପାଞ୍ଚ ହଜାର ଚେୟାର ବ୍ୟବସ୍ଥା କରାଯିବ। ଏପରି ପରିସ୍ଥିତିରେ, ଟ୍ରଷ୍ଟ କେବଳ ସେହି ଲୋକଙ୍କୁ ନିମନ୍ତ୍ରଣ ପଠାଇବ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସୁରକ୍ଷାକୁ କଡାକଡି କରାଯାଇଛି। ତେବେ ଏହି କାରଣରୁ କେତେଜଣ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇ ପାରି ନାହିଁ।

Share