Categories: ଜାତୀୟ

ଏକକାଳୀନ ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେଲା ଅଯୋଧ୍ୟା, ହେଲା ବିଶ୍ୱରେକର୍ଡ…

ଲକ୍ଷ୍ନୌ,୧୧।୧୧: ୨୨ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହୋଇଛି ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଶନିବାର ଦୀପାବଳି ଉପଲକ୍ଷେ ଏଠାରେ ଏକକାଳୀନ ଦୀପ ଜଳାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ତେବେ ଏହି ଅବସରରେ ଅନେକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସକାଳୁ କଳାକାରମାନେ ଲୋକନୃତ୍ୟ କରି ଲୋକମାନଙ୍କୁ ଆକର୍ଷିତ କରିଥିଲେ। ଏପରିକି ସାଉଣ୍ଡ ଏବଂ ଲେଜର ଶୋ’ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଲୋକ ଆସିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ଲୋକଙ୍କୁ ଦୀପାବଳି ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ।

ଅଯୋଧ୍ୟା ଭଗବାନ ଶ୍ରୀରାମଙ୍କ ଅତି ପ୍ରିୟ ନଗର ଥିଲା। ଏବେ ସରକାର ତାକୁ ହିଁ ବିକଶିତ କରିବେ। ୫୦୦ ବର୍ଷ ପରେ ରାମଙ୍କ ମନ୍ଦିର ସ୍ଥାପନ ହେବାକୁ ଯାଉଛି। ଏହାପରେ ଭକ୍ତଙ୍କ ସଂଖା ବୃଦ୍ଧି ପାଇବ। ଏଣୁ ଅଯୋଧ୍ୟାବାସୀ ହୃଦୟ ଖୋଲି ସେମାନଙ୍କ ସ୍ବାଗତ କରନ୍ତୁ। ଆତିଥ୍ୟ ଦେଇ ସେମାନଙ୍କ ମନ ଜିଣନ୍ତୁ। ଗତ ୬ ବର୍ଷ ହେଲାଣି ଅଯୋଧ୍ୟରେ ଦୀପାବଳିରେ ରେକର୍ଡ ହେଉଛି। ଚଳିତ ବର୍ଷ ଅଯୋଧ୍ୟା ନିଜର ପୁରୁଣା ରେକର୍ଡ ଭାଙ୍ଗିଛି। ପୂରା ସହର ରାମ ମୟ ହୋଇଚି ବୋଲି କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି।

Share