Advertisement
Categories: ଜାତୀୟ

ମସ୍‌ଜିଦ ଟ୍ରଷ୍ଟ ପକ୍ଷରୁ ଜାରି ହେଲା ଲୋଗୋ: କ’ଣ ରହିଛି ଏହା ପଛରେ ବାର୍ତ୍ତା

ଆଯୋଧ୍ୟା,୨୪।୮: ଅଯୋଧ୍ୟାରେ ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମସ୍‌ଜିଦ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅଯୋଧ୍ୟାର ଧନିପୁରରେ ମସ୍‌ଜିଦ ନିର୍ମାଣ ହେବ। ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ତଥା ସୁନି ଓ୍ବାକଫ ବୋର୍ଡ ଦ୍ୱାରା ଗଠିତ ଟ୍ରଷ୍ଟ ଇଣ୍ଡୋ-ଇସ୍‌ଲାମିକ କଲଚୁରାଲ ପାଉଣ୍ଡେଶନ୍‌ ସୋମବାର ଏହାର ଔପଚାରିକ ଲୋଗୋ ଜାରି କରିଛି। ଏହି ଲୋଗୋ ବହୁମୂଖୀ ଆକାରର ହୋଇଥିବା ବେଳେ ଏଥିରେ ଦିଲ୍ଲୀ ସ୍ଥିତ ହୁମାୟୁଙ୍କ ସମାଧିର ଝଲକ ଦେଖିବାକୁ ମିଳିଛି। ମସ୍‌ଜିଦର ନିର୍ମାଣ କାର୍ଯ୍ୟ ହେଉ କି ବ୍ୟବସ୍ଥା କିମ୍ବା ଅନ୍ୟ ଔପଚାରିକ କାର୍ଯ୍ୟରେ ଏହି ଲୋଗୋର ବ୍ୟବହାର କରିଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବହୁ ବାଦ ବିବାଦ ରାମ ମନ୍ଦିର ନିର୍ମାଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅଯୋଧ୍ୟା ବହାରେ ମସ୍‌ଜିଦ ନିର୍ମାଣ ପାଇଁ ୫ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଧନିପୁରରେ ଦିଆଯାଇଥିବା ଜମିରେ ଏବେ ଏକ ମସ୍‌ଜିଦ ନିର୍ମାଣ ହେବ ଏବଂ ଏହାର ପରିଚାଳନା ପାଇଁ ଏକ ସଂଗଠନ ନିର୍ମାଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share