Categories: ଜାତୀୟ

ଏହି ନାମରେ ଜଣାଯିବ ଅଯୋଧ୍ୟାର ନୂଆ ବିମାନବନ୍ଦର

ଲକ୍ଷ୍ନୌ,୨୮।୧୨: ଅଯୋଧ୍ୟାରେ ନୂତନ ବିମାନବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଅଯୋଧ୍ୟା ଧାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର (ଡିସେମ୍ବର ୩୦)ରେଅଯୋଧ୍ୟା ଗସ୍ତ କରିବେ। ଏହି ସମୟରେ ବିମାନବନ୍ଦରର ଉଦ୍‌ଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ଅଯୋଧ୍ୟାର ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ୧,୪୫୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି। ବିମାନବନ୍ଦର ଟର୍ମିନାଲ ବିଲ୍ଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ ରହିବ।

Share