Categories: ଜାତୀୟ

ରାମ ଜନ୍ମଭୂମି ପରିସରକୁ ବୋମାରେ ଉଡାଇ ଦେବାକୁ ଧମକ

ଅଯୋଧ୍ୟା,୩ ।୨: ଅଯୋଧ୍ୟାରେ ଗୁରୁବାର ଅର୍ଥାତ୍ ଫେବୃୟାରୀ ୨ରେ ରାମ ଜନ୍ମଭୂମି ସ୍ଥଳକୁ ବୋମାରେ ଉଡାଇ ଦେବାର ଧମକ ଦିଆଯିବା ପରେ ଲୋକେ ଭୟଭିତ ହୋଇଯାଇଛନ୍ତି । ରାମ ଜନ୍ମଭୂମି ଥାନାଧ୍ୟକ୍ଷ ସଞ୍ଜିବ କୁମାର ସିଂ କହିଛନ୍ତି, ରାମକୋଟ ଅଞ୍ଚଳରେ ସ୍ଥିତ ରାମଲଲା ସଦନ ମନ୍ଦିରରେ ରହୁଥିବା ମନୋଜ ନାମକ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ କି ଭୋର ସମୟରେ ତାଙ୍କ ମୋବାଇଲକୁ ଏକ କଲ ଆସିଥିଲା ।
ସଞ୍ଜିବ କୁମାର ସିଂଙ୍କ ସୂଚନା ଅନୁଯାୟୀ, ମନୋଜ କହିଥିଲେ କି ଫୋନ କରିଥିବା ବ୍ୟକ୍ତି ଧମକ ଦେଇଥିଲେ କି ସକାଳ ୧୦ଟାରେ ରାମ ଜନ୍ମଭୂମିକୁ ବିସ୍ଫୋରଣରେ ଉଡାଇ ଦେବେ ଓ ଏହାପରେ ଫୋନ କାଟି ଦେଇଥିଲେ । ଏହି ସୂଚନା ପରେ ସମସ୍ତ ଥାନାର ଫାଲିସଙ୍କୁ ଆଲର୍ଟ କରି ଦିଆଯାଇଛି ଓ ରାମ ଜନ୍ମଭୂମି ପରିସରରେ ଅନେକ ଥାନାର ପୋଲିସଙ୍କୁ ନିଯୁକ୍ତ କରାଯାଇଛି ।

ସଞ୍ଜୟ କୁମାର ସିଂ କହିଛନ୍ତି, ଏହାକୁ ନେଇ ମାମଲା ଦାୟର କରାଯିବା ସହ ଯାଞ୍ଚ ଆରମ୍ଭ କରାଯାଇଛି । ଫୋନ କରିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଅଯୋଧ୍ୟା ପୋଲିସ ବ୍ୟତୀତ ଗୁଇନ୍ଦା ବିଭାଗ ବି ଧମକ ମିଳିବା ପରେ ଆଲର୍ଟ ମୋଡରେ ରହିଛନ୍ତି, ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Share