Categories: ଜାତୀୟ

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ: ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୨୫ ।୪: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣର କର୍ତ୍ତା ମହନ୍ତ ନୃତ୍ୟ ଗୋପଳ ଦାସ ରବିବାର ଅସୁସ୍ଥ ହୋଇ ପଡିଛନ୍ତି । ଏବେ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮୪ ବର୍ଷିୟ ମହନ୍ତ ନୃତ୍ୟ ଗୋପାଳ ମନ୍ଦିର ନିର୍ମାଣର କର୍ତ୍ତା ସହ ରାମ ଜନ୍ମଭୂମୀ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ବି ରହିଛନ୍ତି ।
ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟକୁ ନେଇ ମେଦାନ୍ତ ହସ୍ପିଟାଲ ପକ୍ଷରୁ ଏକ ହେଲ୍ଥ ବୁଲେଟିନ ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି କି ତାଙ୍କ ପରିସ୍ରା ନଳୀ ଓ ଲିଭରରେ ସମସ୍ୟା ରହିଛି । ଯାହା ଫଳରେ ତାଙ୍କୁ ରବିବାର ଦିନ ପ୍ରାୟ ୧୨ଟା ୩୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହନ୍ତ ଏବେ କ୍ରିଟିକାଲ କେୟାର ୟୁନିଟରେ ରହିଛନ୍ତି । ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି ।

Share