Categories: ଜାତୀୟ

ଅଯୋଧ୍ୟା ଯିବା ପାଇଁ ଏବେଠୁ ଟିକେଟ୍‌ ବୁକିଂ କରିଦିଅନ୍ତୁ: ଅମିତ ଶାହା

ବେଙ୍ଗାଲୁରୁ,୧।୧: କର୍ନାଟକରେ ଏକ କାର୍ଯ୍ୟକ୍ରମ ସମୟରେ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଯୋଧ୍ୟା ଯିବାକୁ ଆଗୁଆ ଟିକେଟ ବୁକିଂ କରିଦେବାକୁ କହିଛନ୍ତି। କାରଣ ୨୦୨୪, ଜାନୁଆରୀ ୧ରେ ଭଗବାନ ରାମଙ୍କ ଈଶ୍ୱରୀୟ ଭବ୍ୟ ମନ୍ଦିର ପ୍ରସ୍ତୁତ ହୋଇଯିବ। ଏହାପୂର୍ବରୁ କର୍ନାଟକବାସୀ ଟିକେଟ୍‌ ବୁକିଂ କରିଦିଅନ୍ତୁ ବୋଲି ଶାହା କହିଛନ୍ତି।
ରାମଲଲାଙ୍କ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ଜାନୁଆରୀ ୧, ୨୦୨୪ ପୂର୍ବରୁ ମନ୍ଦିର ପ୍ରସ୍ତୁତ ହେବ। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପୂର୍ବରୁ ମଧ୍ୟ ଶ୍ରୀ ରାମ ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ହେବ। ଭକ୍ତମାନେ ଯେପରି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି।

Share