Categories: ଜାତୀୟ

ଆଜିଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ରାମ ମନ୍ଦିର, ଏହି ଦିନଠୁ କରିପାରିବେ ଦର୍ଶନ

ଲକ୍ଷ୍ନୌ,୧୯।୧: ଆଜିଠାରୁ ଭକ୍ତମାନଙ୍କ ପାଇଁ ରାମ ମନ୍ଦିର ବନ୍ଦ ରହିବ। ଶୁକ୍ରବାର ସା ୭ଟାରୁ ଅସ୍ଥାୟୀ ରାମ ମନ୍ଦିରରେ ଦର୍ଶନ ହୋଇପାରିବନାହିଁ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପ୍ରସ୍ତୁତିକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨୩ରୁ ଭକ୍ତମାନେ ରାମଲାଲାଙ୍କ ଦର୍ଶନ କରିପାରିବେ। ରାମ ମନ୍ଦିର ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖିସେଠାରୁ ଚାଲୁଥିବା କିମ୍ବା ଯାଉଥିବା ଟ୍ରେନରେ ପାର୍ସଲ ସେବା ଜାନୁଆରୀ ୨୦ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଆଗ୍ରା କ୍ୟାଣ୍ଟ ଜନସମ୍ପର୍କ ଅଧିକାରୀ ପ୍ରଶସ୍ତି ଶ୍ରୀବାସ୍ତବ କହିଛନ୍ତି , ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରେନରେ ସମସ୍ତ ପ୍ରକାର ପାର୍ସଲ କାରବାର ବନ୍ଦ ରହିବ।

ବ୍ୟକ୍ତିଗତ ଜିନିଷଗୁଡିକ କେବଳ ଯାତ୍ରୀ କୋଚରେ ବହନ କରିବାକୁ ଅନୁମତି ଦିଆଯାଇପାରିବ ଏବଂ ସମସ୍ତ ବ୍ୟବସାୟିକ ଔପଚାରିକତା ଅନୁସରଣ କରିବା ପରେ ପଞ୍ଜୀକୃତ ଖବରକାଗଜ ଏବଂ ପତ୍ରିକାର ବୁକିଂ ଅନୁମତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share