Categories: ଜାତୀୟ

ରାମମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଦେଲେ ବ୍ୟବସାୟୀ

ଅଯୋଧ୍ୟା,୧୫।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଚାଲିଛି। ଏଥିପାଇଁ ଦେଶ ବିଦେଶରୁ ଅନେକ ଲୋକ ଦାନ ଦେଉଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସର୍ବପ୍ରଥମେ ୫ ଲକ୍ଷ ଏକ ଟଙ୍କା ନିର୍ମାଣ ନିଧିକୁ ଦାନ ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଲକ୍ଷ ଟଙ୍କା  ଦେଇନ୍ତି। ଶ୍ରୀରାମ ଜନ୍ମଭୂମି ପାଇଁ ଅହମ୍ମଦାବାଦର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଢାକିଆ ୧୧ କୋଟି ଟଙ୍କା  ଦେଇଛନ୍ତି। ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ ନିଧି ଅଭିଯାନ ଆରମ୍ଭ ପାଇଁ ଶ୍ରୀରାମ ଜନ୍ମଭୂମି ନ୍ୟାସ ଏବଂ ବିଶ୍ୱହିନ୍ଦୁ ପରିଷଦ ସହିତ ଅନେକ ଆନୁଷଙ୍ଗିକ ସଂଗଠନର ଅଧିକାରୀମାନେ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।

Share