Categories: ଜାତୀୟ

ରାମ ମନ୍ଦିର ପୁରୋହିତ, କର୍ମଚାରୀଙ୍କ ବଢିଲା ଦରମା

ଆଯୋଧ୍ୟା,୧୧।୧୦: ଅଯୋଧ୍ୟା ରାମ ମନ୍ଦିରର ପୁରୋହିତ ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେମ୍ରର ଟ୍ରଷ୍ଟ ରାମ ମନ୍ଦିରର ପୁରୋହିତମାନଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ମଧ୍ୟ ଘୋଷଣା କରାଯାଇଛି। ଏଠାରେ ଥିବା ଅଧିକାରୀମାନେ କହିଛନ୍ତି ଯେ, ଟ୍ରଷ୍ଟ ମନ୍ଦିରର ମୁଖ୍ୟ ପୁରୋହିତ ତଥା କର୍ମଚାରୀଙ୍କ ଦରମା – ଷ୍ଟୋର ରକ୍ଷକ (କୋଠାରି), ପରିଚାଳକ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ଦରମାକୁ ୩୫ ରୁ ୪୦ ପ୍ରତିଶତ ବୃଦ୍ଧି କରିଛି।
ବର୍ଦ୍ଧିତ ଦରମା ସହିତ ଏହି ଟ୍ରଷ୍ଟ ମନ୍ଦିରରେ ଥିବା କର୍ମଚାରୀମାନଙ୍କୁ ସାପ୍ତାହିକ ଛୁଟି, ଗୃହ ଏବଂ ଚିକିତ୍ସା ଭତ୍ତା ମଧ୍ୟ ପ୍ରଦାନ କରିବ। ଟ୍ରଷ୍ଟ ସଚିବ ଚମ୍ପତ ରାୟ କହିଛନ୍ତି ଯେ ,ପୂଜା ପରିଚାଳନାରେ ଜଡିତ ପୁରୋହିତ ତଥା ଅନ୍ୟ କର୍ମଚାରୀଙ୍କୁ ଟ୍ରଷ୍ଟ ପ୍ରୋଭିଡେଣ୍ଟ ପାଣ୍ଠି ଏବଂ କ୍ଷତିପୂରଣ ପ୍ରଦାନ କରିବ।
ଏହି ବୃଦ୍ଧି ସହିତ ମୁଖ୍ୟ ପୁରୋହିତଙ୍କ ଦରମା ମାସକୁ ୨୫,୦୦୦ ରୁ ୩୨,୯୦୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସହକାରୀ ପୁରୋହିତମାନେ ମାସିକ ୨୦,୦୦୦ ଟଙ୍କାରୁ ୩୧,୦୦୦ ଟଙ୍କା ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୁଦ୍ଧ ଚାଲିଛି। ରାମ ମନ୍ଦିର ନିର୍ମାଣ ସହିତ ଅଯୋଧ୍ୟା ସହର ମଧ୍ୟ ନବୀକରଣ କରାଯାଉଛି। ୨୨ ଜାନୁୟାରୀ ୨୦୨୪ରେ ନୂତନ ମନ୍ଦିରରେ ରାମଲାଲା ସ୍ଥାପନ କରାଯିବ।

Share