Categories: ଜାତୀୟ

ଦୀପାବଳିରେ ଝଲସିଲା ଅଯୋଧ୍ୟା

ଲକ୍ଷ୍ନୌ,୧୪।୧୧: ଦୀପାବଳିରେ ମନ୍ଦିରମାଳିନୀ ସହର ଅଯୋଧ୍ୟା ଝଲସିଛି। ସରାୟୁ ନଦୀର ୨୮ ଘାଟରେ ୫.୮୪ ଲକ୍ଷ ଦୀପ ଜଳାଯାଇ ଗିନିଜ୍‌ ରେକର୍ଡ କରିବା ଲାଗି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ଗତବର୍ଷ ୪.୧୦ ଲକ୍ଷ ଦୀପ ଏଠାରେ ଜଳାଯାଇ ଗିନିଜ୍‌ ରେକର୍ଡ କରାଯାଇଥିଲା। ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ଅନୁଷ୍ଠିତ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରାୟ ୩୦୦ ମନ୍ଦିର ଓ ମଠ ଆଲୋକମାଳାରେ ସୁସଜ୍ଜିତ କରାଯିବ। ନିର୍ମାଣାଧୀନ ରାମମନ୍ଦିରଠାରେ ୨୧ ଶହ ଦୀପ ପ୍ରଜ୍ୱଳନ କରାଯିବ ବୋଲି ଜଣାପଡ଼ିଛି। ଭାଜପା କ୍ଷମତାକୁ ଫେରିବା ପରେ ୨୦୧୭ରୁ ଏଠାରେ ମହା ଆଡ଼ମମ୍ବରରେ ଦୀପୋତ୍ସବ ପାଳନ କରାଯାଉଛି।

Share