Categories: ଜାତୀୟ

ସଂସଦ ଭବନ ପରେ ଏବେ ରାମ ମନ୍ଦିର ପାଳି,ଗ୍ରାଉଣ୍ଡ ଫ୍ଲୋର ପ୍ରସ୍ତୁତ, ଟ୍ରଷ୍ଟ ଜାରି କଲା ଫଟୋ

ନୂଆଦିଲ୍ଲୀ,୨୮।୫: ସଂସଦର ନୂଆ ଭବନ ଉଦଘାଟନ ପରେ ଏବେ ପାଳି ରାମ ମନ୍ଦିରର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଯେଉଁ ଗତିରେ ଚାଲୁଛି ଦେଖିଲେ ଲାଗୁଛି ଅଯୋଧ୍ୟାରେ ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାମ ଶେଷ ହୋଇଗଲାଣି।ନିର୍ମାଣସ୍ଥଳର ତାଜା ଫଟୋରୁ ଏହା ଅନୁମାନ କରାଯାଉଛି।
ଅଯୋଧ୍ୟାରେ ଥିବା ରାମ ମନ୍ଦିର ପାଇଁ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲିଛି। ଏହି ସମୟରେ ନିର୍ମାଣ ସ୍ଥଳର ତାଜା ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ରାମ ମନ୍ଦିରର ତଳ ମହଲା ପ୍ରାୟ ପ୍ରସ୍ତୁତ ହୋଇଥିବାର ଦେଖାଯାଉଛି। ଏହି ଫଟୋ ଗୁଡ଼ିକୁ ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଶେୟାର କରିଛନ୍ତି। ତେବେ ୨୦୨୪ ସୁଦ୍ଧା ଭକ୍ତମାନଙ୍କ ପାଇଁ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଖୋଲିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Share