Categories: ଜାତୀୟ

ଅଯୋଧ୍ୟା ହେବ ବିଶ୍ୱସ୍ତରୀୟ ସହର

ଅଯୋଧ୍ୟା,୧୦।୨: ଉତ୍ତରପ୍ରଦେଶର ରାମନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ସହର କରାଯିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ଏନେଇ କାନାଡ଼ାର ଏଲ୍‌ଇଏ ଆସୋସିଏଟ୍ସ୍‌କୁ କନସଲଟାନ୍ସି ଏଜେନ୍ସି ଦାୟିତ୍ୱ ପ୍ରଦାନ କରାଯାଇଛି। ସହରର ପୂର୍ଣ୍ଣ ବିକାଶ, ନଗର ନିୟୋଜନ, ପର୍ଯ୍ୟଟନ, ସିଟି ଏରିଆ ପ୍ଲାନିଂ ଆଦି କାର୍ଯ୍ୟ ଏଜେନ୍ସି ଦ୍ୱାରା ସମ୍ପନ୍ନ ହେବ। କନସଲଟାନ୍ସି ଏଜେନ୍ସି ପାଇଁ ୭ଟି କମ୍ପାନୀ ଟେଣ୍ଡର ପକାଇଥିଲେ। ତେବେ ଶେଷରେ ଠିକା ଏଲ୍‌ଇଏ ଆସୋସିଏଟ୍ସ୍‌କୁ ମିଳିଛି। ଏଥିରେ ସିପି କୁକରେଜା ଏବଂ ଏଲ୍‌ ଆଣ୍ଡ ଟି ସହଯୋଗୀ ଅଂଶୀଦାର ଭାବେ କାର୍ଯ୍ୟ କରିବେ।

Share