Categories: ଜାତୀୟ

ଏଥର ୧୬ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା!

ନୂଆଦିଲ୍ଲୀ,୧୪।୯: ଭଗବାନ ରାମଙ୍କ ସହର ଅଯୋଧ୍ୟା ପୁଣିଥରେ ଦୀପାବଳିରେ ଲକ୍ଷ ଲକ୍ଷ ଦୀପ ଦ୍ୱାରା ଆଲୋକିତ ହେବ। ଚଳିତ ବର୍ଷ ଏହି ଦିନ ଅଯୋଧ୍ୟାର ସରୟୁ କୂଳରେ ପ୍ରାୟ ୧୬ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯିବ। ଏଥିସହ ୧୪ ଲକ୍ଷ ଦୀପ ଜଳାଇ କରିଥିବା ପୁରାତନ ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ଏଥିଲାଗି ୧୮ହଜାର ସ୍ବେଚ୍ଛାସେବୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି, ଯେଉଁଥିରେ ସ୍କୁଲ ଏବଂ କଲେଜରେ ଛାତ୍ରୀଛାତ୍ର ସାମିଲ ହେବେ।

ଏଥର କୁମ୍ଭାରମାନଙ୍କଠାରୁ ଦୀପ ସଂଗ୍ରହ କରାଯିବ। ଏଥିଲାଗି ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକାଳର ଏହା ହେଉଛି ଷଷ୍ଠ ଦିପୋତ୍ସବ। ଏଥିଲାଗି ବଡ଼ ଲକ୍ଷ୍ୟ ସ୍ଥୀର ହୋଇଛି। ଏକାସାଙ୍ଗରେ ଏତେ ସଂଖ୍ୟକ ଦୀପ ଜାଳିବା ଲାଗି ୨୦୧୧ରେ ୧୧ହଜାର ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ମାତ୍ର ଚଳିତ ବର୍ଷ ସଂଖ୍ୟା ଦ୍ୱିଗୁଣିତ କରାଯାଇଛି।

Share