Categories: ଜାତୀୟ

ଅଯୋଧ୍ୟାରେ ଖୋଲିବ ସାତ ତାରକା ନିରାମିଷ ହୋଟେଲ, ଦେଶରେ ପ୍ରଥମ

ଅଯୋଧ୍ୟା,୧୬।୧: ଅଯୋଧ୍ୟାରେ ଜାନୁଆରୀ ୨୨କୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମଙ୍ଗଳବାର ପ୍ରାଣ ପ୍ରତିଷ୍ଠା ପାଇଁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହାରି ଭିତରେ ଅଯୋଧ୍ୟାକୁ ମିଳିବାକୁ ଯାଉଛି ଏକ ସାତ ତାରକା ହୋଟେଲ। ଦେଶରେ ପ୍ରଥମ ଥର ଅଯୋଧ୍ୟା ନଗରୀରେ ନିରାମିଷ ସାତ ତାରକା ଲକ୍ସରୀ ହୋଟେଲ ଖୋଲିବାକୁ ଯାଉଛି।
ଅଯୋଧ୍ୟାରେ ମୁମ୍ବାଇ ସ୍ଥିତ ଏକ ରିଅଲ ଇଷ୍ଟେଟ ଫାର୍ମ ଦ୍ୱାରା ସାତ ତାରକା ସହ ପାଞ୍ଚ ତାରକା ହୋଟେଲ ମଧ୍ୟ ଖୋଲିବାକୁ ଯାଉଛି। ରାମ ମନ୍ଦିର ଉଦ୍‌ଘାଟନ ପରେ ସହର ପର୍ଯ୍ୟଟନ ସ୍ଥଳୀ ହେବା ସହ ଅନେକ ବିକାଶ ହେବାକୁ ଯାଉଛି। ଯାହାଦ୍ୱାରା ଅଯୋଧ୍ୟା ଏକ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ପାଲଟିଛି।

Share