Categories: ଜାତୀୟ

ଭର୍ଚୁଆଲରେ ରାମଲିଳା ଦର୍ଶନ

ଅଯୋଧ୍ୟା,୧୨ ।୯: ଚଳିତ ବର୍ଷ ଅଯୋଧ୍ୟାରେ ରାମଲିଳା ଦେଖିବାକୁ ସାଧାରଣ ଜନତାଙ୍କୁ ମନା । ଭର୍ଚୁଆଲରେ ଏଥର ହେବ ରାମଲିଳା । ଦୂରଦର୍ଶନ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯିବ । ରାମଲିଳା କମିଟିର ସଭାପତି ସୁବାସ ମଲିକ କହଛନ୍ତି ଚଳିତ ବର୍ଷ ରାମଲିଳା ଭର୍ଚୁଆଲି ହେଉଥିବା ବେଳେ ଏଥିରେ ବିଭିନ୍ନ ଚରିତ୍ରରେ ୩୫ ଜଣ ସିନେ କଳାକାର ଭାଗନେବେ । ଏହାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯିବ । ରାମଲିଳା ଅକ୍ଟୋବର ୬-୧୫ ପର୍ଯ୍ୟନ୍ତ ଚାଲିବ । ଏହାକୁ ନେଇ ପ୍ରଧାନମନ୍ତ୍ରୀ, ସଭାପତି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଥିବା ସେ କହିଛନ୍ତି ।

Share