ଅlଯୋଧ୍ୟା,୨୪।୮: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନବେଳେ ଭଜନ ଗାଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟି ଥିବା ଗାୟକ ଦେବେନ୍ଦ୍ର ପାଠକଙ୍କ ଫସିଯାଇଛନ୍ତି। ତାଙ୍କ ନାଁରେ ବଳାତ୍କାର, ଜବରଦସ୍ତ ଗର୍ଭପାତ ଏବଂ ଧୋକା ଦେଇଥିବା ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶ ଡିଜିପିଙ୍କ ନିର୍ଦ୍ଦେଶରେ ଅଯୋଧ୍ୟା ପୋଲିସ ଦେବେନ୍ଦ୍ର ପାଠକଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ କରିଥିବା ମହିଳା ଦିଲ୍ଲୀର ବୋଲି ଜଣାପଡିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଦେବେନ୍ଦ୍ରଙ୍କ ସହ ତାଙ୍କ ଭେଟ ଦିଲ୍ଲୀରେ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମହିଳା ଗର୍ଭବତୀ ହୋଇଯିବାରୁ ଦେବେନ୍ଦ୍ର ଜୋରଜବରଦସ୍ତ ଗର୍ଭପାତ କରାଇଦେଇଥିଲେ। ଏହାସହ ତାଙ୍କ ୮ ଲକ୍ଷ ଟଙ୍କା ଠକି ନେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ମହିଳା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି, ଦେବେନ୍ଦ୍ରଙ୍କୁ ବିବାହ କରିବା କଥା କହିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବହୁ ପରିଶ୍ରମ ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହାପରେ ପରେ ତାଙ୍କ ପାଖକୁ ଧମକପୂର୍ଣ୍ଣ କଲ୍ ଆସୁଥିବା ସେ କହିଛନ୍ତି।