ନୂଆଦିଲ୍ଲୀ,୩୧ ।୫: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ଅଧିକାରୀ ସମିର ୱାନଖେଡେଙ୍କର ବଦଳି ହୋଇଛି । ସେ ଏନସିବି ମୁମ୍ବାଇର ପୂର୍ବତନ କ୍ଷେତ୍ରିୟ ନିର୍ଦ୍ଦେଶକ ଥିଲେ । ଏବେ ସେ ଡିଆରଆଇକୁ ବଦଳି ହୋଇଛନ୍ତି । ଏବେ ସେ ଡିଜି କରଦାତା ସେବା ନିର୍ଦ୍ଦେଶାଳୟ, ଚେନ୍ନାଇକୁ ବଦଳି ହୋଇଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ କେନ୍ଦ୍ର ସରକାର ସମିର ୱାନଖେଡେଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍ପେଶାଲ ଇନଭେଷ୍ଟିଗେଶନ ଟିମ ଯାଞ୍ଚ ସମୟରେ ଆର୍ଯ୍ୟନ ଖାଁ ସମେତ ୬ ଲୋକଙ୍କର କୌଣସି ଦୋଷ ବାହାର କରିପାରି ନ ଥିଲା । ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ନ ଥିବା କହି ସେମାନଙ୍କୁ ଛାଡି ଦେଇଥିଲା ।