ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ-ହସ୍ପିଟାଲ ଅଧ୍ୟକ୍ଷ, ୬ସ୍ଥାନରେ ଚାଲିଛି ଚଢାଉ

ବଲାଙ୍ଗୀର,୯।୧୧:(ଖୋର୍ଦ୍ଧା ଅଫିସ) (ପ୍ରଭାତ ପାଣିଗ୍ରାହୀ/ସୁନୀଲ କୁମାର ମହାନ୍ତି) ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ। ଗୁରବାର ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଥିବା ସୂଚନା ମିଳିଛି। ଭୁବନେଶ୍ୱର ଭିଜିଲାନ୍ସ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୮ଜଣ ଡିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଏହି ଚଢାଉ୍‌ରେ ସାମିଲ ଅଛନ୍ତି। ପୁରୀ କାଶିହରିପୁର ଓ ସାକ୍ଷୀଗୋପାଳ ସ୍ଥିତ ପୌତ୍ରିକ ଘର, ଶ୍ରୀରାମଚନ୍ଦ୍ରପୁର ଓ ସାକ୍ଷୀଗୋପାଳ ଠାରେ ଥିବା ମେଡିକାଲ, ସମ୍ବଲପୁର ସିଆରପିଏଫ କ୍ୟାମ୍ପସ ସ୍ଥିତ ସହଧର୍ମିଣୀଙ୍କ କ୍ବାର୍ଟର୍ର, ପୁରୀ ଗୋପ ସ୍ଥିତ ସମ୍ପର୍କୀୟ ଘର ସମେତ ବଲାଙ୍ଗୀର ଆୟୁର୍ବେଦ ସରକାରୀ କଲେଜରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଖବର ଲେଖାଯିବା ସୁଦ୍ଧା ଭିଜିଲାନ୍ସ ଏହି ୬ଟି ସ୍ଥାନରେ ଚଢାଉ ଜାରି ରଖିଛି।

Share