Posted inରାଜ୍ୟ

ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ

ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା ପ୍ରକାଶ କରିଛନ୍ତି।

“ଓଡିଶାର ମୟୂରଭଞ୍ଜ ଜିଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ରାଜ୍ୟ ସରକାର ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେଉଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ, ଓଡ଼ିଶାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ସୋମବାର ରାଜ୍ୟରେ ୫,୨୪୮ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଜାରି କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୩୪,୦୦୦ ଶଯ୍ୟାର ଆବଶ୍ୟକତା ସତ୍ତ୍ୱେ ମୋଟ ୧୬,୯୧୮ ହସପିଟାଲ ଶଯ୍ୟା ଅଛି। ଆଗାମୀ ଦିନରେ ସରକାର ୧୭,୦୦୦ ନୂତନ ହସପିଟାଲ ଶଯ୍ୟା ବ୍ୟବସ୍ଥା କରିବେ, ମନ୍ତ୍ରୀ ପ୍ରକାଶ କରିଛନ୍ତି।

“ରାଜ୍ୟର ପ୍ରତ୍ୟେକ ଜିଲାରେ ମେଡିକାଲ କଲେଜ ଖୋଲିବା ପାଇଁ ଓଡ଼ିଶା ସରକାର ପ୍ରତିବଦ୍ଧ। ଚଳିତ ବର୍ଷ ଦୁଇଟି ନୂତନ ମେଡିକାଲ କଲେଜ ଖୋଲିବ,” ସେ କହିଛନ୍ତି।

ମନ୍ତ୍ରୀ ଆହୁରି ପ୍ରକାଶ କରିଛନ୍ତି ଯେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଧୀନରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ ବନ୍ଦ କରିଦେଇଛନ୍ତି ଯାହା ଓଡ଼ିଶାରେ ପୂର୍ବ ବିଜେଡି ସରକାର ଦ୍ୱାରା ପ୍ରଚଳନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଭାଜପା ସରକାର ପୂର୍ବ ବିଜେଡି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ନାମରେ ନାମିତ କରି ଏହାକୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY) ସହିତ ସଂଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଛେଚିବ କୁଆପଥର ବର୍ଷା: ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୧ା୩: ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୯ ଜିଲାରେ କୁଆପଥର ବର୍ଷା ନେଇ ଅନୁମାନ କରାଯାଛି। ଏହାସହ ୩ ଜିଲାରେ...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

SC, ST ଇଞ୍ଜିନିୟରଙ୍କ ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ସ୍ଥଗିତ

କଟକ,୨୧ା୩: ସାଧାରଣ ବର୍ଗର ଇଞ୍ଜିନିୟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି, ଓଡ଼ିଶା ହାଇକୋର୍ଟ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପଦବୀରେ ପଦୋନ୍ନତି ପ୍ରଦାନ ପାଇଁ ପୂର୍ତ୍ତ...

କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ ଚାଲାଣ, ମାଡ଼ିବସିଲା ଅବକାରୀ ବିଭାଗ

ଭୁବନେଶ୍ୱର,୨୧ା୩: ରାଜଧାନୀ ଭୁବନେଶ୍ୱରରେ କୋଲ୍ଡ ଡ୍ରିଙ୍କ୍ସ ବୋତଲରେ ଦେଶୀ ମଦ। ଶୁକ୍ରବାର ଘାଟିକିଆରେ ଦେଶୀ ମଦ ଚାଲାଣ ବେଳେ ବିପୁଳ ପରିମାଣର ଦେଶୀମଦ ଜବତ କରିଛି...

ସୀମା ପୁନଃ ନିର୍ଦ୍ଧାରଣ ବୈଠକ: ଚେନ୍ନାଇ ଗଲେନି ନବୀନ, ପଠାଇଲେ ପ୍ରତିନିଧି

ଭୁବନେଶ୍ୱର,୨୧ା୩: ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର (୨୨ ମାର୍ଚ୍ଚ) ଚେନ୍ନାଇରେ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ବୈଠକ...

ଜଷ୍ଟିସ ହରିଶ ଟଣ୍ଡନ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୨୧ା୩: ବିଚାରପତି ହରିଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ଶୁକ୍ରବାର ନିଯୁକ୍ତ କରାଯାଇଛି। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି...

ବେଆଇନ ହୁକା ବାର୍ ଉପରେ ଚଢାଉ; ତମାଖୁ, ଧୂମପାନ ସାମଗ୍ରୀ ଜବତ

ବ୍ରହ୍ମପୁର,୨୧ା୩: ସହରରେ ଚାଲିଥିବା ବେଆଇନ ହୁକା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image