ଲାଞ୍ଚ ନେଇ ଆୟୁଷ ଡାକ୍ତର ଗିରଫ

କୁତ୍ରା, ୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି। ସରକାରୀ କ୍ବାର୍ଟର୍ସରେ ଜଣେ ଅଟୋ ଚାଳକ ଅରବିନ୍ଦ ଖାଲଖୋଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଅରବିନ୍ଦ ଗତ ରବିବାର ନିଜ ଅଟୋରେ ଛୁରିଚଖାରୁ ୬ଯାତ୍ରୀଙ୍କୁ ନେଇ ବଡ଼ମାଲ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଆହତ ୩ଜଣ ଯାତ୍ରୀଙ୍କୁ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ୩ଜଣଙ୍କ ଚିକିତ୍ସା କରିଥିଲେ। ପୋଲିସକୁ ଖବର ନ ଦେବା ଓ ଚିକିତ୍ସା ବାବଦରେ ଅଟୋ ଚାଳକଙ୍କୁ ୧୨ହଜାର ଟଙ୍କା ମାଗିଥିଲେ। ତାଙ୍କଠାରୁ ପ୍ରଥମେ ୮ ହଜାର ଟଙ୍କା ମଧ୍ୟ ନେଇଥିଲେ। ପରେ ବାରମ୍ବାର ଫୋନ କରି ଅଟୋ ଚାଳକଙ୍କୁ ବଳକା ଟଙ୍କା ମାଗିବାରୁ ଅରବିନ୍ଦ ଗୁରୁବାର ସୁନ୍ଦରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

ଏହି ମୁସଲିମ ଦେଶ PoKକୁ ଭାରତର ଅଂଶ ବୋଲି ମାନିଥାଏ: ନାଁ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଶ୍ରୀନଗର,୨୬।୪: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏକ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

ପହଲଗାମ ଆକ୍ରମଣରେ ପାକିସ୍ତାନୀ କ୍ରିକେଟରଙ୍କ ଲିଙ୍କ୍‌! ଚମକାଇଲା Fact Check

କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ବାତାବରଣ ରହିଛି। ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ୍ ଚଳାଇଛି। ଏହା...

ପହଲଗାମ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

ନୂଆପଡ଼ା,୨୬।୪ (ମକାରୁ ବେମାଲ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ ଶୁକ୍ରବାର ନୂଆପଡ଼ା ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା। ଗାୟତ୍ରୀ...

ଆତଙ୍କବାଦୀଙ୍କୁ ମାସକୁ ମିଳେ ୫୦ହଜାର ଯାଏ ଦରମା, ଜାଣନ୍ତି କି କେଉଁ ଯୋଗ୍ୟତାରେ ହୁଅନ୍ତି ନିଯୁକ୍ତି?

ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣ ପୁଣି ଥରେ କଶ୍ମୀର ଉପତ୍ୟକାର ଶାନ୍ତି ଏବଂ ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେ...

ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ରଜନା ପଞ୍ଚାୟତ ବେଲଗାଁର ବାଗପଡାଠାରେ ଶୁକ୍ରବାର ସୌରଶକ୍ତି ଚାଳିତ ଫ୍ଲୋରାଇଡ ଅପସାରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ...

ପାକିସ୍ତାନ ସେନା ବିମାନରେ ଲାଗିଗଲା ନିଆଁ, ଭିଡିଓ ଭାଇରାଲ

ଇସଲାମବାଦ,୨୬।୪: ପାକିସ୍ତାନରୁ ଆସିଛି ବଡ଼ ଖବର। ଲାହୋର ବିମାନବନ୍ଦରରେ ଅଗ୍ନିକାଣ୍ଡ ଘଟିଥିବା ଖବର ଆସିଛି। ଏହି କାରଣରୁ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି। ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image