Posted inଖେଳ

ସିଏସ୍‌କେରେ ଯୋଗ ଦେବେ ଆୟୁଷ

ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ ଚଳିତ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି।

ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଯୁବ ମୁମ୍ବାଇ ଓପନରଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ ଦଳରେ ସାମିଲ କରାଯାଇଛି। ସେ ଆଗାମୀ କିଛି ଦିନ ମଧ୍ୟରେ ଦଳରେ ଯୋଗଦେବେ ବୋଲି ସିଏସ୍‌କେ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।

ତେବେ ସିଏସ୍‌କେ ନିକଟରେ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ମହାତ୍ରେଙ୍କ ବ୍ୟତୀତ ଗୁଜରାଟର ଉର୍ଭିଲ ପଟେଲ, କେରଳର ସଲମାନ ନିଜାର ଓ ପୃଥ୍ବୀ ଶ’ଙ୍କ ଭଳି ବିକଳ୍ପ ଥିଲା। ଗତ ବର୍ଷ ଅକ୍ଟୋବରରେ ଫାଷ୍ଟ-କ୍ଲାସ ପଦାର୍ପଣ କରିଥିବା ୧୭ ବର୍ଷୀୟ ମହାତ୍ରେ ଏପର୍ଯ୍ୟନ୍ତ ୯ ମ୍ୟାଚରେ ଦୁଇଟି ଶତକ ଓ ୧ ଅର୍ଦ୍ଧଶତକ ସହ ୫୦୪ ରନ କରିଛନ୍ତି। ସେହିଭଳି ୭ ଲିଷ୍ଟ-ଏ ମ୍ୟାଚରେ ସେ ଦୁଇଟି ଶତକ ସହ ୪୫୮ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଅପହରଣ ଉଦ୍ୟମ, ଯାତ୍ରୀଙ୍କ ଗୁଳିରେ ଦୁର୍ବୁତ୍ତ ମୃତ: ରିପୋର୍ଟ

ନୂଆଦିଲ୍ଲୀ,୧୮।୪: ନିଉ ୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ବେଲିଜରେ ଗୁରୁବାର ଜଣେ ଛୁରୀ ଧରିଥିବା ଆମେରିକୀୟ ନାଗରିକ ଟ୍ରପିକ ଏୟାରର ଏକ ଛୋଟ ବିମାନ ଅପହରଣ...

Elon musk Child Plan: ଲିକ ହେଲା ମସ୍କଙ୍କ ଅଧିକ ସନ୍ତାନ ଜନ୍ମ କରିବାର ପ୍ଲାନ, ଲୋକେ କହିଲେ ଗଢୁଛନ୍ତି ନିଜର ସେନା, ଜାଣନ୍ତୁ…

ଓ୍ବାଶିଂଟନ,୧୮।୪: ଏଲୋନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଟେସଲା ଏବଂ ସ୍ପେସଏକ୍ସ ଭଳି ଉଦ୍ଭାବନ ପରେ, ତାଙ୍କର ଧ୍ୟାନ ଏବେ ଅଧିକ ସନ୍ତାନ ଜନ୍ମ...

କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ୩୦ ସେକେଣ୍ଡରେ ଚାର୍ଜ ହେଉଥିବା ହାଇ-ଟେକ୍ ଇଲେକ୍ଟ୍ରିକ ବସ୍

ଭୁବନେଶ୍ୱର,୧୮।୪: ସ୍ଥାୟୀ ଏବଂ ହାଇ-ଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ...

ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ଓଡ଼ିଶା: ବାଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ରୁଦ୍ର ସେଠୀ(୨୪) ଆନ୍ଧ୍ର ପ୍ରଦେଶ ସୋମପେଣ୍ଠା ସହର ନିକଟ ଜାତୀୟ ରାଜପଥରେ ସଡକ...

Baba Vanga Predictions: ସୂର୍ଯ୍ୟ ପାଲଟିବ ବରଫ ପିଣ୍ଡୁଳା! ପୃଥିବୀରେ ହେବ ପ୍ରଳୟ, ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ

ସୋଫିଆ: ବୁଲଗେରିଆର ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ହୋଇଛି ଏବଂ କିଛି ଭୁଲ ପ୍ରମାଣିତ...

ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ...

‘ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଯୋଡ଼ି ପୋଲିସ ସୁରକ୍ଷା ଦାବି କରିପାରିବେନି’

ପ୍ରୟାଗରାଜ, ୧୮।୪ (ପି.ଟି.):ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରୁଥିବା ପ୍ରେମୀଯୁଗଳ ପୋଲିସ ସୁରକ୍ଷା ନେଇ ଦାବି କରିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର କହିଛନ୍ତି।...

ସବୁଠୁ ବଡ଼ ପାଟି: ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇଲେ ଆମେରିକୀୟ ମହିଳା

ୱାଶିଂଟନ୍‌:ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image