ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ବି ଚର୍ଚ୍ଚାକୁ ଆସିଥାନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ ‘ଅନେକ’ର ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି। ତାଙ୍କର ଏହି ଫିଲ୍ମ ମେ’ ୧୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଆୟୁଷ୍ମାନ ଫିଲ୍ମର ରିଲିଜ ତାରିଖ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଆୟୁଷ୍ମାନ ଏକ ପଥର ପଛରୁ କ୍ୟାମେରାକୁ ଦେଖୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟର ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ଏଥିରେ ପରିବର୍ତ୍ତନ ଆଣିବା ପାଇଁ କେବଳ ଗୋଟିଏ ଦରକାର। ଏକଜୁଟ୍‌ ହେବାର ସମୟ ଆସିଛି। ’ସେ ଆହୁରି ଲେଖିଛନ୍ତି,’ କିଏ ଜିତିବ? ହିନ୍ଦୁସ୍ତାନ। ‘ଅନେକ’ ଫିଲ୍ମ ଚଳିତବର୍ଷ ମେ’ ୧୩ରେ ମୁକ୍ତିଲାଭ କରିବ।

ଅନୁଭା ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ ୩୧ରେ ରିଲିଜ ହେବାର ଥିଲା। କିନ୍ତୁ ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ଫିଲ୍ମଟି ମେ’ ୧୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମରେ ଆୟୁଷ୍ମାନ ଜୋଶୁଆ ଭୂମିକାରେ ଅଭିନୟ କରୁଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ସର୍ବଦା ଅନୁଭବ କରିଛି ଯେ, ମୁଁ ଯେଉଁ ଫିଲ୍ମରେ କାମ କରିଛି, ତାହା କେବଳ ଲୋକଙ୍କୁ ମନୋରଞ୍ଜନ କରେ ନାହିଁ ବରଂ ଲୋକମାନଙ୍କୁ ଏକ ଅନନ୍ୟ ତଥା ମଜାଳିଆ ଢଙ୍ଗରେ ଚିନ୍ତା କରିବାକୁ ବାର୍ତ୍ତା ଦେଇଥାଏ। ମୁଁ ଜଣେ ଭାଗ୍ୟଶାଳୀ ଅଭିନେତା, ଯିଏକି ସୁନ୍ଦର ସ୍କ୍ରିପ୍ଟ ସହିତ ସର୍ବୋତ୍ତମ ଫିଲ୍ମ ନିର୍ମାତାମାନଙ୍କ ଦ୍ୱାରା ଗ୍ରହଣ ଏବଂ ବିଶ୍ୱାସ କରାଯାଇଥାଏ। ଯଦି ମୁଁ ବର୍ଷବର୍ଷ ଧରି ମୋ’ ଫିଲ୍ମ ସହିତ ଏଜେଣ୍ଡା ସ୍ଥିର କରିସାରିଛି, ତେବେ ମୋର ସୃଜନଶୀଳ ସହକର୍ମୀମାନଙ୍କ ସହିତ ତାହା ନିଶ୍ଚିତ ଶେୟାର କରିବି।

Share