Categories: ଜାତୀୟ

ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ, ସମସ୍ତଙ୍କ ପାଖରେ ରହିବ ହେଲଥ୍‌ ଆଇଡି…

ନୂଆଦିଲ୍ଲୀ,୨୭।୯: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ପୁଣି ପାଦେ ଆଗକୁ ବଢ଼ିଛି। ଏହା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଏଣିକି ଦେଶର ସମସ୍ତଙ୍କ ପାଖରେ ହେଲଥ୍‌ ଆଇଡି ରହିବ।

ଏହି ଯୋଜନା ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଯୋଜନାଦ୍ୱାରା ଦେଶର ଗରିବ ଏବଂ ମଧ୍ୟମବର୍ଗ ବେଶ୍‌ ଉପକୃତ ହୋଇ ପାରୁଥିବାବେଳେ ଏବେ ଏହା ଡିଜିଟାଲ ମାଧ୍ୟମରେ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।

୨୦୨୦ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଳାରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଘୋଷଣା କରିଥିଲେ। ପ୍ରଥମେ ଏହା ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ। ପରେ ଦେଶବ୍ୟାପୀ ଏହାକୁ ବିସ୍ତାର କରାଯିବ।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆୟୁଷ୍ମାନ ଯୋଜନା ସହାୟତାରେ ପ୍ରତି ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ରହିଛି।

Share