ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଶନିବାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୪ କୋଟି ଡିଜିଟାଲ ସଂଯୁକ୍ତ ସ୍ବାସ୍ଥ୍ୟ ରେକର୍ଡର ସୀମା ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏଭଳି ସ୍ବାସ୍ଥ୍ୟ ହବ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏକ ସୁସ୍ଥ ଭାରତ ପାଇଁ ଶକ୍ତିଶାଳୀ, ପାରସ୍ପରିକ କାର୍ଯ୍ୟକ୍ଷମ ତଥା ଅନ୍ତର୍ଭୁକ୍ତ ଡିଜିଟାଲ ସ୍ବାସ୍ଥ୍ୟ ଇକୋସିଷ୍ଟମ ଜରୁରୀ ଅଟେ।
ଏକ ଟୁଇଟରେ ମାଣ୍ଡବ୍ୟ କହିଛନ୍ତି, ଫ୍ଲାଗଶିପ ସ୍କିମ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ) ଦେଶ ପାଇଁ ଏକ ବିସ୍ତୃତ ଡିଜିଟାଲ ସ୍ବାସ୍ଥ୍ୟ ଇକୋସିଷ୍ଟମ ନିର୍ମାଣ କ୍ଷେତ୍ରରେ ସ୍ଥିର ଭାବେ ଅଗ୍ରଗତି କରୁଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଥିରେ ସମ୍ପ୍ରତି ୪ କୋଟିରୁ ଅଧିକ ଡିଜିଟାଲ ସ୍ବାସ୍ଥ୍ୟ ରେକର୍ଡ ବ୍ୟକ୍ତିବିଶେଷଙ୍କ ଏବିଏଚଏ ଆକାଉଣ୍ଟ ରହିଛି।
ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୨୯ କୋଟିରୁ ଅଧିକ ନାଗରିକ ସେମାନଙ୍କର ସ୍ବତନ୍ତ୍ର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଆକାଉଣ୍ଟସ ସୃଷ୍ଟି କରିଛନ୍ତି। ଏହା ନାଗରିକମାନଙ୍କୁ ବିଭିନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଏକ ବିସ୍ତୃତ ଚିକିତ୍ସା ଇତିହାସ ସୃଷ୍ଟି କରିବାକୁ ସକ୍ଷମ ହେବ। ଯାହା ଦ୍ୱାରା କ୍ଲିନିକାଲ ନିଷ୍ପତ୍ତି ନେବାରେ ଉନ୍ନତି ହେବ। ଏଥିସହ, ନାଗରିକମାନେ ଏବିଡିଏମ୍ ପଞ୍ଜୀକୃତ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହିତ ସମ୍ପୃକ୍ତ ସ୍ବାସ୍ଥ୍ୟ ରେକର୍ଡଗୁଡ଼ିକୁ ଡିଜିଟାଲ ଭାବରେ ଅଂଶୀଦାର କରିପାରିବେ।